19.1 C
Bhubaneswar
Monday, December 8, 2025
Homeଓଡିଶାଓଡ଼ିଶାରେ ଡାକ୍ତର ମରୁଡ଼ି

ଓଡ଼ିଶାରେ ଡାକ୍ତର ମରୁଡ଼ି

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡ଼ି। ଠିକାରେ ଚାଲିଛି ଡାକ୍ତରୀ ସେବା। ୬୦ ପ୍ରତିଶତ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଖାଲି ପଡ଼ିଥିବା ଘଟଣା ଚିନ୍ତା ବଢାଇଛି। ସୋମବାର ବିଧାନସଭାରେ ବିଧାୟକ ଗଣେଶ୍ୱର ବେହେରାଙ୍କ ଅଣତାରକା ପ୍ରଶ୍ନ କେଉଁ ଜିଲ୍ଲାରେ କେତେ ସଂଖ୍ୟାରେ ଡାକ୍ତର ପଦବୀ ଖାଲି ଅଛି ପ୍ରଶ୍ନରେ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା.ମୁକେଶ ମହାଲିଙ୍ଗ। ମନ୍ତ୍ରୀ ରାଜ୍ୟର ବିଭିନ୍ନ ଜିଲ୍ଲାର ମୋଟ ମଞ୍ଜୁରୀପ୍ରାପ୍ତ ଡାକ୍ତ ପଦବୀ, ସେଥିରେ କାର୍ଯ୍ୟରତ ଡାକ୍ତର ଓ ଖାଲିଥିବା ପଦବୀ ସଂଖ୍ୟାର ଜିଲ୍ଲାୱାରୀ ବିବରଣୀ ଦେଇଛନ୍ତି। ମଞ୍ଜୁରୀପ୍ରାପ୍ତ ୧୫,୭୭୪ରୁ ଖାଲି ପଡ଼ିଛି ୯୫୦୩ ପଦବୀ। କାର୍ଯ୍ୟରତ ଅଛନ୍ତି ୬୨୭୧ଡାକ୍ତର, ଏମାନଙ୍କ ମଧ୍ୟରୁ ୧୧୩୫ଠିକା ନିଯୁକ୍ତି ପାଇଛନ୍ତି। ଆଡହକରେ ୧୯ଜଣ, ଡିଏମଏଫରେ ୧୧୦, କର୍ପସ ଫଣ୍ଡରେ ୪ଜଣ ଡାକ୍ତର ଅଛନ୍ତି । ସ୍ଥାୟୀ ନିଯୁକ୍ତି ଅଛନ୍ତି ମାତ୍ର ୫୦୦୩ଜଣ ଡାକ୍ତର। ୫୨୪୮ଡାକ୍ତର ପଦବୀ ପୂରଣ ପାଇଁ ଓପିଏସସିକୁ ଅନୁରୋଧ କରାଯାଇଥିବା ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ସରକାରୀ ମେଡିକାଲ କଲେଜରେ ୪୨୧ଜଣ ପ୍ରାଧ୍ୟପକ, ସହକାରୀ ପ୍ରାଧ୍ୟାପକ ଓ ସହାୟକ ପ୍ରାଧ୍ୟାପକ ପଦବୀ ପୂରଣ କରିପାରି ନାହାନ୍ତି ସରକାର। ଖାଲିପଡିଥିବା ଡାକ୍ତର ପଦବୀ ଗୁଡିକୁ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ଚୟନ, ବିଭାଗୀୟ ପଦୋନ୍ନତି ତଥା ଚୁକ୍ତିଭିତ୍ତିକ ନିଯୁକ୍ତି ଦ୍ୱାରା ଯଥା ସମ୍ଭବ ପୂରଣ କରାଯିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking