24.1 C
Bhubaneswar
Monday, February 2, 2026
Homeଓଡିଶାନବୀନଙ୍କୁ ମୋହନଙ୍କ ଟାର୍ଗେଟ

ନବୀନଙ୍କୁ ମୋହନଙ୍କ ଟାର୍ଗେଟ

ଭୁବନେଶ୍ୱର : ଖାଲି ‘ଏକ୍ସ’ରେ ପୋଷ୍ଟ କରିଦେଲେ ବିକାଶ ହେବ ନାହିଁ। ଗୃହରେ କଥା ଉଠାଇବାକୁ ଅଧିକାର ଦିଆଯାଇଛି। ଯଦି ଦେହ ଖରାପ ଅଲଗା କଥା । ଯଦି ସମୟ ନାହିଁ, ପ୍ରଚାର ପାଇଁ ଗଲେ ଗୃହକୁ ଆସିବା ପାଇଁ ସମୟ କେମିତି ନାହିଁ। ସୋମବାର ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍ ଆଲୋଚନାବେଳେ ଏଭଳି ଢ଼ଙ୍ଗରେ କହି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ। କେବଳ ସେତକି ନୁହେଁ ଗୃହକୁ ନବୀନ ନଆସିବା ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଶ୍ନ ଉଠାଇଛନ୍ତି। କହିଛନ୍ତି ୨ ମିନିଟ ନବୀନଙ୍କ ବସିବାକୁ ଧୈର୍ଯ୍ୟ ନାହିଁ। ନୂଆପଡ଼ାରେ ୬ ଘଣ୍ଟା ପ୍ରଚାର ପାଇଁ ଗଲେ। ଗୃହ ୯ ଦିନ ହେଲା ଚାଲିଲାଣି। ବିରୋଧୀ ଦଳ ନେତା କେତେ ଦିନ ଆସିଛନ୍ତି। କେତେ ସମୟ ବିତାଇଛନ୍ତି। କେତୋଟି ଡିବେଟ୍‌ରେ ସରକାରଙ୍କୁ ଘେରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଗୃହରେ ପ୍ରଶ୍ନ କରିଛନ୍ତି।

ଏହାସହ ମୁଖ୍ୟମନ୍ତ୍ରୀଙ୍କ ବିବୃତି ବେଳେ ବିରୋଧୀ କକ୍ଷ ତ୍ୟାଗ କରିବାକୁ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ଟାର୍ଗେଟ କରି କହିଛନ୍ତି ବିରୋଧୀ ଦଳ ସଦସ୍ୟଙ୍କର ଧୈର୍ଯ୍ୟ ନାହିଁ କି ବିରୋଧୀ ଦଳ ନେତାଙ୍କର ବି ଧୈର୍ଯ୍ୟ ନାହିଁ। ସକାଳ ଯାଏଁ ମଧ୍ୟ ବିଧାନସଭା ଚଳାଇବା ପାଇଁ ଆମେ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରକାଶ ଯେ ଫମ୍ପା ମାଠିଆର ଶବ୍ଦ ବେଶୀ। ଲୋକଙ୍କ ସରକାର ଲୋକଙ୍କ ବିକାଶରେ ବିଫଳ। ଆଜି ବିଧାନସଭାରେ ୨୦୨୫-୨୬ ଆର୍ôଥକ ବର୍ଷର ଦ୍ୱିତୀୟ ବିନିଯୋଗ ବିଲ ଆଲୋଚନା ବେଳେ ସରକାରଙ୍କୁ ଏଭଳି କଟାକ୍ଷ କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ କହିଥିଲେ ରାଜ୍ୟବାସୀ କହୁଛନ୍ତି ଯେ ଲୋକଙ୍କ ବିକାଶ ପାଇଁ ବଜେଟରେ କିଛି ରଖିନାହାନ୍ତି ରାଜ୍ୟ ସରକାର। ଏଥିପାଇଁ କେବଳ ସେ ନୁହଁ ସାରା ରାଜ୍ୟବାସୀ ଦୁଃଖିତ। ଏହା ଦୁର୍ଭାଗ୍ୟଜନକ। ଲୋକଙ୍କ ବିକାଶ ପାଇଁ ଅର୍ଥ ଖର୍ଚ୍ଚ କରନ୍ତୁ ସରକାର। ହେଲେ ସରକାର ଏ ଦିଗରେ ସମ୍ପୂର୍ଣ୍ଣ ଅବହେଳା କରିଆସୁଛନ୍ତି । ବିଫଳତାକୁ ନେଇ ସରକାର ସନ୍ତୁଷ୍ଟ ବୋଲି ତାତ୍ସଲ୍ୟ କରି ନବୀନ ବୋଲି କହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking