25.1 C
Bhubaneswar
Monday, December 8, 2025
Homeଦେଶ ବିଦେଶଇଣ୍ଡିଗୋ ସଙ୍କଟ: ସପ୍ତମ ଦିନରେ ବି ୨୦୦ ରୁ ଅଧିକ ଉଡ଼ାଣ ବାତିଲ

ଇଣ୍ଡିଗୋ ସଙ୍କଟ: ସପ୍ତମ ଦିନରେ ବି ୨୦୦ ରୁ ଅଧିକ ଉଡ଼ାଣ ବାତିଲ

ନୂଆଦିଲ୍ଲୀ: ଇଣ୍ଡିଗୋର ପରିସ୍ଥିତି ଗମ୍ଭୀର ରହିଛି। ସମାଧାନ ହୋଇପାରୁନି ଇଣ୍ଡିଗୋ ସମସ୍ୟା। ଯାତ୍ରୀମାନେ ହେଉଛନ୍ତି ହନ୍ତସନ୍ତ । ଲଗାତର ସପ୍ତମ ଦିନରେ ବି ଦେଖାଦେଇଛି ଇଣ୍ଡିଗୋ ସଙ୍କଟ । ପୂର୍ବରୁ ହଜାର ହଜାର ବିମାନ ବାତିଲ କରାଯାଇଥିବା ବେଳେ ଆଜି ବେଙ୍ଗାଲୁର ବିମାନବନ୍ଦରରୁ ୧୨୭ଟି ବିମାନ ବାତିଲ କରାଯାଇଛି । ସୂତ୍ରରୁ ଜଣାପଡିଛି ଯେ, ଇଣ୍ଡିଗୋ ବେଙ୍ଗାଲୁରୁ ବିମାନବନ୍ଦରରୁ ଛାଡିଥିବା ୬୨ ଟି ବିମାନ ଏବଂ ପହଞ୍ଚିଥିବା ବିମାନକୁ ବାତିଲ କରାଯାଇଛି । ଶନିବାର ଦିନ ଜାରି ହୋଇଥିବା ନୋଟିସରେ ଆଲବର୍ସ ଏବଂ ପୋରକେରାସକୁ ରବିବାର ସନ୍ଧ୍ୟା ସୁଦ୍ଧା ଜବାବ ଦେବାକୁ କୁହାଯାଇଥିଲା । ହେଲେ ଜବାବ ଦାଖଲ କରିବାର ଅତିରିକ୍ତ ୨୪ ଘଣ୍ଟା ଏବଂ ସୋମବାର ସନ୍ଧ୍ୟା ୬ଟା ଯାଏଁ ବୃଦ୍ଧି କରାଯାଇଛି । ଉଡାଣ ବାତିଲ ହେବା ଦ୍ୱାରା ଦେଶର ବିଭିନ୍ନ ବିମାନବନ୍ଦରରେ ଲକ୍ଷ ଲକ୍ଷ ଯାତ୍ରୀ ଫସିରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking