ଭୁବନେଶ୍ୱର: କାଲି ଦିନ ସାଢେ ୧୧ଟାରେ ବାରବାଟୀରେ ଭାରତୀୟ ଦଳର ନେଟ୍ ପ୍ରାକ୍ଟିସ୍ । ଏନେଇ ସୂଚନା ଦେଇଛନ୍ତି ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି । ସନ୍ଧ୍ୟାରେ ଫ୍ଲଡ୍ ଲାଇଟ୍ରେ ଅଭ୍ୟାସ କରିବ ଦକ୍ଷିଣ ଆଫ୍ରିକା ଟିମ୍ । ନେଟ୍ ପ୍ରାକ୍ଟିସ ଦେଖିବା ପାଇଁ ଦୁଇଟି ଗ୍ୟାଲେରୀ ଖୋଲା ରହିବ । ଆଜି ହାର୍ଦ୍ଦିକ ପାଣ୍ଡ୍ୟା ବାରବାଟୀ ଯାଇ ଅଭ୍ୟାସସ କରିବେ । ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ପୂରା ମ୍ୟାଚ୍ ଦେଖିବେ ବୋଲି ନିଶ୍ଚିତ କରିଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟର କଡା ସୁରକ୍ଷା ଭିତରେ ମେ‘ଫେୟାର ହୋଟେଲକୁ ଯାଇଛନ୍ତି । ହୋଟେଲରେ ଉଭୟ ଦଳ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଆସନ୍ତା ୯ ତାରିଖରେ ବାରବାଟୀରେ ଖେଳାଯିବ ପ୍ରଥମ ଟି-୨୦ ମ୍ୟାଚ୍ ।
ବାରବାଟୀରେ ଟି – ୨୦ ମ୍ୟାଚ: ଭୁବନେଶ୍ୱରରେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍










