ଦିଗପହଣ୍ଡି: ଦିଗପହଣ୍ଡିରୁ ଏକ ବଡ ଅଘଟଣର ଖବର ମିଳିଛି । ଗାଧୋଇବାକୁ ଯାଇ ନଦୀରେ ବୁଡିଗଲେ ୨ ସାଙ୍ଗ । ଏହି ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ସୂଚନା ମିଳିଛି । ଉଭୟଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ । ସୂଚନା ଅନୁସାରେ, ଆଜି ସକାଳେ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଚୁଡଙ୍ଗପୁର ଗାଁରେ ଥିବା ମନ୍ଦିରବନ୍ଧରେ ବୁଡିଯାଇଥିଲେ ୨ ସାଙ୍ଗ । ସ୍ଥାନୀୟ ଲୋକମାନେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଅନେକ ସମୟର ପ୍ରୟାସ ପରେ ଅଗ୍ନିଶମ ବାହିନୀ ଜଣଙ୍କ ମୃତ୍ୟୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା । ଖବର ପାଇ ପଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ହେପାଜତକୁ ନେଇ ଗୁରୁତର ଯୁବକକୁ ଦିଗପହଣ୍ଡି ହସ୍ପିଟାଲକୁ ପଠାଇଥିଲା । ସେଠାରେ ଯୁବକର ଅବସ୍ଥା ଅଧିକ ଗୁରୁତର ହେବାରୁ ତାକୁ ତୁରନ୍ତ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଗାଧୋଇବା ବେଳେ ପ୍ରଥମେ ଜଣେ ବୁଡି ଯାଇଥିଲା । ସାଙ୍ଗକୁ ବଞ୍ଚାଇବାକୁ ଯାଇ ଆଉ ଜଣେ ମଧ୍ୟ ବୁଡି ଯାଇଥିଲା । ତେବେ ପୋଲସି ଉଭୟଙ୍କ ପରିଚୟ ଖୋଜିବା ସହ ତଦନ୍ତ ଆରମ୍ଭ କରିଛି ।










