ଟିଟିଲାଗଡ: ବଲାଙ୍ଗିର ଜିଲ୍ଲାର ଟିଟିଲାଗଡରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଡମାଳ ଗୋଳାବାରୁଦ କାରଖାନା ପରିସରରେ ମୃତଦେହ । ସନ୍ଦେହଜନକ ଭାବେ ପଡିରହିଛି ସିଟିଡବ୍ଲୁ କର୍ମଚାରୀଙ୍କ ମୃତଦେହ । ସୂଚନା ଅନୁଯାୟୀ କର୍ଣ୍ଣାଟକରୁ ଏସ୍କର୍ଟ ଡ୍ୟୁଟିରେ ଆସିଥିଲେ କର୍ମଚାରୀ ଜଣକ । ମୃତଦେହକୁ ଦେଖିବା ପରେ ତୁରନ୍ତ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ହେପାଜତକୁ ନେଇ ବ ବ୍ୟବଚ୍ଛେଦ ପାଇଁ ପପଠାଇଛି । ତେବେ କିଏ ଓ କାହିଁକି କର୍ମଚାରୀଙ୍କୁ ହତ୍ୟା କରିଛି ସେନେଇ ତଦନ୍ତ କରୁଛି ପୋଲିସ ।










