18.1 C
Bhubaneswar
Saturday, December 6, 2025
Homeଓଡିଶାବରପଦା ଇଞ୍ଜିନିୟରିଂ କଲେଜକୁ ନେଇ ବିଜେପି ସହ
ଡିଲ୍ ହୋଇଛି: ବ୍ୟୋମକେଶ ରାୟ

ବରପଦା ଇଞ୍ଜିନିୟରିଂ କଲେଜକୁ ନେଇ ବିଜେପି ସହ
ଡିଲ୍ ହୋଇଛି: ବ୍ୟୋମକେଶ ରାୟ

ଇଡି କେସ୍ରୁ ବଞ୍ଚିବାକୁ ବିଜେପିରେ ଯୋଗଦାନ
ଭଦ୍ରକବାସୀ ବିଜେପିକୁ ନାପସନ୍ଦ କରୁଛନ୍ତି
ଆଗାମୀ ଦିନରେ ଭୋଟ୍ରେ ଜବାବ ଦେବେ ଜନତା

ଭୁବନେଶ୍ୱର:  ବିଜେପିରେ ପ୍ରୟାସକାନ୍ତି ସାମଲ ଓ ପ୍ରଣିତକାନ୍ତି ସାମଲ ମିଶିବା ପରେ କଡ଼ା ପ୍ରତିକି୍ରୟା ରଖିଛନ୍ତି ଚାନ୍ଦବାଲି ବିଜେଡି ବିଧାୟକ ବ୍ୟୋମକେଶ ରାୟ । ସେ କହିଛନ୍ତି ଯେ, ବିଜେଡି ହେଉଛି ଦେଶର ସବୁଠାରୁ ବଡ଼ ଆଞ୍ଚଳିକ ଦଳ । ବିଜେଡି ଶାସନ ବେଳେ ପ୍ରୟାସକାନ୍ତି ସାମଲଙ୍କୁ ଭଣ୍ଡାରିପୋଖରୀ ଦାୟିତ୍ୱ ଦେଇଥିଲା ବିଜେଡି । ପ୍ରୟାସକାନ୍ତି ସାମଲ ବିଜେଡି ପାଇଁ ବ୍ଲକ ଅଧ୍ୟକ୍ଷ ହୋଇଥିଲେ । ଏବେ ବିଜେପିରେ ମିଶି ସେ ସ୍ୱାର୍ଥବାଦୀ କାମ କରିଛନ୍ତି । ବରପଦା କଲେଜର ଇଡି ମାମଲାରୁ ବଞ୍ଚିବାକୁ ବିଜେପିରେ ମିଶିଛନ୍ତି । ବରପଦା କଲେଜକୁ ନେଇ ବିଜେପି ସହ ଡିଲ୍ ହୋଇଛି । ବିଜେପି ବରପଦା କଲେଜ ଘଟଣାକୁ ସବୁବେଳେ ବିରୋଧ କରୁଥିଲା, କିନ୍ତୁ ଆଜି କାହିଁକି ପ୍ରୟାସକାନ୍ତି ସାମଲଙ୍କୁ ମିଶାଇଲେ ? ଶ୍ରୀ ରାୟ ଆହୁରି କହିଥିଲେ ଯେ, ବରପଦା ଇଞ୍ଜିନିୟରିଂ କଲେଜକୁ ନେଇ ହୋଇଥିବା ଇଡି କେସ୍ କ’ଣ ସମାଧାନ ହୋଇଯାଇଛି ? ଇଡି କେସ୍ରୁ ମୁକୁଳିବା ପାଇଁ ପ୍ରୟାସକାନ୍ତି ସାମଲ ଓ ପ୍ରଣିତକାନ୍ତି ସାମଲ ବିଜେପି ସହ ମସୁଧା କରି ଦଳରେ ଯୋଗଦାନ କରିଛନ୍ତି । ପୂର୍ବରୁ ବିଜେପିକୁ ଯିଏ ଗନ୍ଧାଉଥିଲା, ଆଜି କେମିତି ବାସିଲା ? ବରପଦା ଇଞ୍ଜିନିୟରିଂ କଲେଜ ମାମଲା ପାଇଁ ୨୦୨୪ ସାଧାରଣ ନିର୍ବାଚନରେ ପ୍ରଫୁଲ୍ଲ ସାମଲ ହାରିଥିଲେ । ଭଦ୍ରକବାସୀ ଭଲ ଭାବରେ ଜାଣିଗଲେଣି ଭଦ୍ରକ ଜିଲ୍ଲା ପାଇଁ ବିଜେପି କିଛି କରିପାରିବନି । କେବଳ କଥା କହି ଲୋକଙ୍କୁ ବିଜେପି ଭୁଅାଁ ବୁଲାଉଛି । ଭଦ୍ରକବାସୀ ବିଜେପିକୁ ନାପସନ୍ଦ କରୁଛନ୍ତି । ଆଗାମୀ ଦିନରେ ବିଜେପି ସମଦଶା ଭୋଗିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking