28.1 C
Bhubaneswar
Tuesday, February 3, 2026
Homeଓଡିଶାନୈତିକତା, ନିଷ୍ଠା ଏବଂ କରୁଣା ବଜାୟ ରଖିବାକୁ ସ୍ନାତକମାନଙ୍କୁ ରାଜ୍ୟପାଳଙ୍କ ଆହ୍ୱାନ

ନୈତିକତା, ନିଷ୍ଠା ଏବଂ କରୁଣା ବଜାୟ ରଖିବାକୁ ସ୍ନାତକମାନଙ୍କୁ ରାଜ୍ୟପାଳଙ୍କ ଆହ୍ୱାନ

ଭୁବନେଶ୍ୱର: ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ୱାରା ଦ୍ରୁତ ଗତିରେ ପରିବର୍ତ୍ତିତ ବିଶ୍ୱରେ ପାଦ ଥାପୁଥିବା ସ୍ନାତକମାନଙ୍କୁ ନୈତିକତା, ନିଷ୍ଠା ଓ କରୁଣାକୁ ବଜାୟ ରଖିବାକୁ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଆହ୍ୱାନ ଦେଇଛନ୍ତି। ଶନିବାର ଦିନ ଭୁବନେଶ୍ୱରସ୍ଥିତ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିର ଅଷ୍ଟମ ସମାବର୍ତ୍ତନ ଉତ୍ସବରେ ଉ ଯୋଗ ଦେଇ ରାଜ୍ୟପାଳ ଏହା କହିଛନ୍ତି। ଏହି ଅବସରରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ପ୍ରଯୁକ୍ତିବିଦ୍ୟା ଶିଳ୍ପକୁ ପରିବର୍ତ୍ତନ କରିପାରେ କିନ୍ତୁ ଏହା ମାନବିକ ଗୁଣଗୁଡ଼ିକୁ ବଦଳାଇପାରିବ ନାହିଁ I ସହାନୁଭୂତି, ସୃଜନଶୀଳତା ଏବଂ ନୈତିକ ମୂଲ୍ୟବୋଧ ଆଗାମୀ ଦିନରେ ବ୍ୟକ୍ତିବିଶେଷଙ୍କୁ ସ୍ଵତନ୍ତ୍ର କରିବ ବୋଲି ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ। କୃତ୍ରିମ ବୁଦ୍ଧିମତା, ଡିଜିଟାଲ ଉପକରଣ, ସ୍ୱୟଂଚାଳିତ ଏବଂ ନିରନ୍ତର ଆହ୍ୱାନ ଦ୍ୱାରା ପରିଚାଳିତ ଏକ ବିଶ୍ୱସ୍ତରୀୟ ଦୃଶ୍ୟପଟରେ ସ୍ନାତକମାନେ ପ୍ରବେଶ କରୁଛନ୍ତି। ଏପରି ଏକ ଯୁଗରେ ଶିକ୍ଷାକୁ କେବଳ ନିଯୁକ୍ତିର ପ୍ରବେଶପଥ ଭାବରେ ନୁହେଁ ବରଂ ଜୀବନବ୍ୟାପୀ ଶିକ୍ଷା ଏବଂ ନୈତିକ ନେତୃତ୍ୱର ଭିତ୍ତିଭୂମି ଭାବରେ ଦେଖାଯିବା ଉଚିତ ବୋଲି ରାଜ୍ୟପାଳ ପରାମର୍ଶ ଦେଇଥିଲେ।

ଚ୍ୟାଲେଞ୍ଜଗୁଡ଼ିକୁ ଅଭିବୃଦ୍ଧିର ସୁଯୋଗ ଭାବରେ ଦେଖାଯିବା ଉଚିତ ବୋଲି ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ। ବିଫଳତା କେବେ ବି ଶେଷ ନୁହେଁ। ଏହା ନିଜକୁ ଅଧିକ ଦୃଢ଼ ମନୋବଳ ସହିତ ପୁନର୍ବାର ଉଠିବାକୁ ପ୍ରସ୍ତୁତ କରିଥାଏ ବୋଲି ରାଜ୍ୟପାଳ କହିଥିଲେ। ଅନ୍ତର୍ଭୁକ୍ତିମୂଳକ ପରିବେଶ, ଆଧୁନିକ ଶୈକ୍ଷିକ ସଂସ୍କୃତି, ସୁଦୃଢ଼ ଗବେଷଣା ଇକୋସିଷ୍ଟମ ଓ ଜାତୀୟ ଶିକ୍ଷା ନୀତି ୨୦୨୦ ସହିତ ସମନ୍ୱୟ ଏବଂ ଏକ ଉଦୀୟମାନ ଶିକ୍ଷା କେନ୍ଦ୍ର ଭାବରେ ଓଡ଼ିଶାର ପରିଚୟକୁ ସୁଦୃଢ଼ କରିବା ପାଇଁ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିର ସଫଳତାକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ଏହି ଅବସରରେ ରାଜ୍ୟପାଳ ମେଧାବୀ ସ୍ନାତକମାନଙ୍କୁ ଡିଗ୍ରୀ ଏବଂ ପଦକ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେପିଏମଜି ଇନ ଇଣ୍ଡିଆର ନ୍ୟାସନାଲ ଲିଡର-ଏଜୁକେସନ ଆଣ୍ଡ ସ୍କିଲ ଡେଭଲପମେଣ୍ଟ, ଗଭର୍ଣ୍ଣମେଣ୍ଟ ଆଣ୍ଡ ପବ୍ଲିକ ସର୍ଭିସେସ୍ ନାରାୟଣନ ରାମସ୍ୱାମୀ ଏବଂ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିର କୁଳପତି ପ୍ରଫେସର କୁଳଭୂଷଣ ବାଲୁନୀ ଉପସ୍ଥିତ ଥିଲେ। ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିର ବୋର୍ଡ ଅଫ୍ ଗଭର୍ଣ୍ଣରସ ସଦସ୍ୟ ଡକ୍ଟର ପି. କେ. ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking