ଭୁବନେଶ୍ୱର: ନିମ୍ନମାନର ଛତୁଆ ଦେଇ କୋମଳ ମତି ଛୁଆ ସହ ଖେଳୁଛନ୍ତି ଏସଏଚଜି । ଏନେଇ ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଲିଖିତ ଉତ୍ତର ରଖିଛନ୍ତି । କହିଛନ୍ତି, ୫ ବର୍ଷରେ ନିମ୍ନମାନର ଛତୁଆ ଦେଇ ୧୫ ଜିଲ୍ଲାର ୩୮ ଏସଏଚଜି କଳା ତାଲିକାଭୁକ୍ତ ହୋଇଛି । ୩ଟି ଏସଏଚଜିକୁ ମଗା ଯାଇଛି କାରଣ ଦର୍ଶାଅ ନୋଟିସ । ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ନବମ ଦିନ । ସୁରୁଖୁରୁରେ ଚାଲିଛି ବିଧାନଭା ଶୀତକାଳୀନ ଅଧିବେଶନ । ଆଜି ପ୍ରଶ୍ନକାଳରେ ମହିଳା ଓ ଶିଶୁ ବିକାଶ, ପର୍ଯ୍ୟଟନ, ଅବକାରୀ ବିଭାଗ, ମିଶନ ଶକ୍ତି ଏବଂ ଆଇନ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିଛିି ।ଦ୍ୱିତୀୟ ଅଧ୍ୟାୟରେ ଏସସି/ ଏସଟି ବିଭାଗର ଅତିରିକ୍ତ ବଜେଟ ଖର୍ଚ୍ଚ ଦାବି ଆଲୋଚନା ହେବ ।










