27.1 C
Bhubaneswar
Saturday, December 6, 2025
Homeଓଡିଶାସରକାରଙ୍କ ଅପାରଗତା ପ୍ରମାଣିତ ହେଉଛି

ସରକାରଙ୍କ ଅପାରଗତା ପ୍ରମାଣିତ ହେଉଛି

ଭୁବନେଶ୍ୱର: ପରୀକ୍ଷା ବିଭ୍ରାଟକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ ।  କଂଗ୍ରେସ ବିଧାୟକ ପବିତ୍ର ସାଉନ୍ତା କଡା ସମାଲୋଚନା କରିଛନ୍ତି । କହିଛନ୍ତି,  ସରକାରଙ୍କ ଅପାରଗତା ଦିନକୁ ଦିନ ପ୍ରମାଣିତ ହେଉଛି ।  ସରକାର ଚାକିରି ଆଶାୟୀଙ୍କ ସହ ଏପରି ଖେଳ ନ ଖେଳନ୍ତୁ । ଆଗକୁ ଏହା ଆନ୍ଦୋଳନର ରୂପ ନେବ ।  ଛାତ୍ରଛାତ୍ରୀ ତାତିଲେ ସରକାର ବି କିଛି କରିପାରିବେ ନାହିଁ । ଅନ୍ୟପଟେ ବିଜେଡି ବିଜେଡି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ପରୀକ୍ଷା ବିଭ୍ରାଟକୁ ନେଇ ସମାଲୋଚନା କରିଛନ୍ତି, ରୀକ୍ଷା ପରିଚାଳନାରେ ବାରମ୍ବାର  ବିଭ୍ରାଟ  ହେଉଛି । ଅନ୍ଧାରକୁ ଠେଲି ହୋଇଯାଉଛି  ମେଧାବୀ ପିଲାଙ୍କ ଭବିଷ୍ୟତ । ୧୮ ମାସରେ  ୧୮  ସରକାରୀ ପରୀକ୍ଷାରେ ଅନିୟମିତତା ହେଲାଣି । ବିଜେପି ସରକାର  ଆସିବା ପରେ ଏପରି କାହିଁକି ହେଉଛି ? ବିଜେଡିର ଅଭିଯୋଗରେ  ବିଜେପି ବିଧାୟକ ଅଶ୍ୱିନୀ ଷଡଙ୍ଗୀ ଜବାବ ରଖି କହିଛନ୍ତି, ବିଜେଡି ସମୟରେ ପରୀକ୍ଷା ଅନିୟମିତତା ହେଉଥିଲା ।  ନବୀନ ବଧେ ଚାହୁଁଛନ୍ତି ଏବେ ସେମିତି ହେଉ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking