27.1 C
Bhubaneswar
Friday, December 5, 2025
Homeଦେଶ ବିଦେଶଦିଲ୍ଲୀରୁ ସବୁ ଇଣ୍ଡିଗୋ ବିମାନ ବାତିଲ

ଦିଲ୍ଲୀରୁ ସବୁ ଇଣ୍ଡିଗୋ ବିମାନ ବାତିଲ

ନୂଆଦିଲ୍ଲୀ: ଆଜି ମଧ୍ୟରାତ୍ରି ଯାଏଁ ଦିଲ୍ଲୀ ଏୟାରପୋର୍ଟରୁ ସବୁ ଇଣ୍ଡିଗୋ ବିମାନ ବାତିଲ ହୋଇଛି । ଦିଲ୍ଲୀରୁ ଉଡାଣ ଭରିବାକୁ ଥିବା ଯାତ୍ରୀମାନେ ଘଣ୍ଟା ଘଣ୍ଟା ଧରି ହନ୍ତସନ୍ତ ହେଉଛନ୍ତି । ଆଜି ଉଡାଣ ଭରିବାକୁ ଥିବା ୭୪, ପହଞ୍ଚିବାକୁଥିବା ୪୪ ବିମାନ ବାତିଲ କରାଯାଇଛି ।  ଦେଶର ୬୫% ଉଡାଣ ଇଣ୍ଡିଗୋରେ ହେଉଥିବାରୁ ବିମାନ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି । କାଲି କେବଳ ମୁମ୍ବାଇରୁ ୧୧୮ ଇଣ୍ଡିଗୋ ବିମାନ ବାତିଲ ହୋଇଥିଲା ।  ଅହମ୍ମଦାବାଦରେ ମଧ୍ୟ ଏଯାବତ ୮୬ ଇଣ୍ଡିଗୋ ବିମାନ ବାତିଲ ହୋଇଛି । ସନ୍ଧ୍ୟା ୬ଟା ଯାଏଁ ଚେନ୍ନାଇରେ ମଧ୍ୟ ସବୁ ଇଣ୍ଡିଗୋ ବିମାନ ବାତିଲ ହୋଇଛି । ଗତ ତିନି ଧରି ଇଣ୍ଡିଗୋ ସମସ୍ୟା ଦେଖାଦେଇଛି । ୧୦୦୦ରୁ ଅଧିକ ଇଣ୍ଡିଗୋ ଉଡାଣ ବିମାନ ବାତିଲ କରାଗଲାଣି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking