ନୂଆଦିଲ୍ଲୀ: ଦୁଇ ଦିନିଆ ଭାରତ ଗସ୍ତରେ ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ । ରାଷ୍ଟ୍ରପତି ପୁଟିନଙ୍କୁ ଗୀତା ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦି । ରୁଷୀୟାନ ଭାଷାରେ ଲିଖିତ ଗୀତାର ଏକ କପି ଦେଲେ ଉପହାର। ଆଜି ଭାରତ- ଋଷିଆ ମଧ୍ୟରେ ୨୩ତମ ଦ୍ୱିପାକ୍ଷିକ ସମ୍ମିଳନୀ ହେବ । ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷରିତ ହେବ ପ୍ରମୁଖ ଚୁକ୍ତିନାମା । ପ୍ରତିରକ୍ଷାକୁ ନେଇ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହେବ । ଦିନ ୧୧ଟାରେ ରାଷ୍ଟ୍ରପତି ଭବନକୁ ଯିବେ ପୁଟିନ । ସେଠାରେ ତାଙ୍କୁ ସ୍ୱାଗତ କରାଯିବ। ସେଠାରୁ ରାଜଘାଟ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ପୁଟିନ । ଏହା ପରେ ହାଇଦ୍ରାବାଦ ହାଉସରେ ଭାରତ – ରୁଷିଆ ଶିଖର ସମ୍ମିଳନୀରେ ଯୋଗ ଦେବେ ମୋଦି ଓ ପୁଟିନ। ଉଭୟ ନେତାଙ୍କ ମଧ୍ୟରେ ହେବ ଆଲୋଚନା। ରାତି ୯ଟାରେ ରୁଷ ଫେରିଯିବେ ପୁଟିନ । ନୂଆ ମିସାଇଲ ଡିଫେନ୍ସ ସିଷ୍ଟମ, ନୂଆ ଅତ୍ୟାଧୁନିକ ଯୁଦ୍ଧ ବିମାନ କିଣିପାରେ ଭାରତ । ଏହା ସହିତ ତୌଳ କିଣା ପ୍ରସଙ୍ଗ ନେଇ ମଧ୍ୟ କିଛି ଚୁକ୍ତି ହୋଇପାରେ ଭାରତକୁ ପ୍ରଯୁକ୍ତି ବିଦ୍ୟା ଏସ- ୫୦୦, ସ୍ରୁଖୋଇ ୫୭, ଶସ୍ତା ତେଲ ଏବଂ ରୁଷ ସହିତ ବଡ ପରିମାଣର ବାଣିଜ୍ୟ କାରବାର ନେଇ ବଡ ଡିଲ ଆଶା କରାଯାଉଛି ।










