ଭୁବନେଶ୍ୱର: ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀ ନିର୍ଯାତନା ଘଟଣାରେ ଅଭିଯୁକ୍ତ ଅଧ୍ୟାପକ ବହିଷ୍କୃତ। ଅଭିଯୁକ୍ତ ଅଧ୍ୟାପକ ଶତ୍ରୁଘ୍ନ ସାମଲ କଲେଜରୁ ବହିଷ୍କୃତ ହୋଇଛନ୍ତି । କଲେଜରୁ ବହିଷ୍କାର ନେଇ ପ୍ରିନ୍ସିପାଲ ବିଜୟ ଜେନା ସୂଚନା ଦେଇଛନ୍ତି। ସୂଚନା ଦେଇ କହିଛନ୍ତି ଯେ ଆମେ ଆମ କାମ କରିଛୁ, ପୋଲିସ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ । ଆଗକୁ ଯଦି ବି କିଏ ଏପରି କାର୍ଯ୍ୟ କରନ୍ତି କାର୍ଯ୍ୟାନୁଷ୍ଠାନ ହେବ । ଗତ ଜୁନ୍ରେ ଅତିଥି ଅଧ୍ୟାପକ ଭାବେ କଲେଜରେ ଯୋଗ ଦେଇଥିଲେ ଶତ୍ରୁଘ୍ନ । ତେବେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀ ନିର୍ଯାତନାର ତଦନ୍ତ ଆରମ୍ଭ ହୋଇଛି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସ୍ବତନ୍ତ୍ର ସଚିବଙ୍କ ଅଧ୍ୟକ୍ଷତାରେ ତଦନ୍ତ। ସ୍ବତନ୍ତ୍ର ସଚିବ ଦେବ ପ୍ରସାଦ ଦାସଙ୍କ ନେତୃତ୍ବରେ ୩ ଜଣିଆ ଟିମ୍ର ତଦନ୍ତ। ଗଣମାଧ୍ୟମର ରିପୋର୍ଟ ଦେଖି ତଦନ୍ତ ପାଇଁ ଆସିଛୁ କହିଲେ ଦେବ ପ୍ରସାଦ। ପିଲାମାନଙ୍କୁ ଓ କଲେଜ କର୍ତ୍ତୃପକ୍ଷଙ୍କୁ ଏନେଇ ପଚରାଉଚରା କରୁଛନ୍ତି। କର୍ତ୍ତୃପକ୍ଷଙ୍କ ଲିଖିତ ଅଭିଯୋଗ ପରେ ଅଧ୍ୟାପକ ଶତ୍ରୁଘ୍ନ ସାମଲକୁ ଅଟକ ରଖି ଚାଲିଛି ପଚରାଉଚରା। ସୂଚନାଯୋଗ୍ୟ, ଘଟଣା ସାମ୍ନାକୁ ଆସିବା ପରେ କ୍ୟାମ୍ପସ୍ରେ ଛାତ୍ରଛାତ୍ରୀ ହଙ୍ଗାମା କରିଥିଲେ । ଡ୍ରାମା ବିଭାଗ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗରୁ ଉତ୍ତେଜନା ଦେଖାଦେଇଥିଲା । ଅଧ୍ୟାପକଙ୍କ ନାଁରେ କାଷ୍ଟିଂ କାଉଚ ଅଭିଯୋଗ ହୋଇଛି । ବିକ୍ଷୋଭ କରୁଥିବା ସମୟରେ ଜଣେ ଛାତ୍ରୀ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।









