22.1 C
Bhubaneswar
Friday, December 5, 2025
Homeଓଡିଶାବରଗଡ ଧନୁଯାତ୍ରା ପାଇଁ ୧ କୋଟି

ବରଗଡ ଧନୁଯାତ୍ରା ପାଇଁ ୧ କୋଟି

ଭୁବନେଶ୍ୱର: ବରଗଡ ଧନୁଯାତ୍ରା ପାଇଁ ୧ କୋଟି ଟଙ୍କାର ଆର୍ଥିକ ଅନୁଦାନ ନିଷ୍ପତ୍ତି । ୨୦୦ କଳାଙ୍କାରମାନଙ୍କୁ ୧୦ ହଜାର ଲେଖାଏଁ ସମ୍ମାନ ସୂଚକ ରାଶି ମିଳିବ । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଅର୍ଥ ରାଶି ମଞ୍ଜୁର କରାଯାଇଛି । ଚଳିତ ବର୍ଷ ଜିସେମ୍ବର ୨୪ରୁ ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଧନୁଯାତ୍ରା ହେବ । ଏଲଇଡି ପରଦା ମାଧ୍ୟମରେ ଧନୁଯାତ୍ରା ମହୋତ୍ସବର ହେବ ସିଧାପ୍ରସାରଣ । ବରଗଡ ସହରର ପ୍ରମୁଖ ଦ୍ୱାରରେ ଧନୁଯାତ୍ରା ଥିମ୍‌ର ଗେଟ୍ ନିର୍ମାଣ ହେବ । ଧନୁଯାତ୍ରା ସମୟରେ ଭୁବନେଶ୍ୱର ଓ ପୁରୀରୁ ବରଗଡକୁ ସ୍ୱତନ୍ତ୍ର ଟୁରିଷ୍ଟ ବସ୍ ଚାଲିବ । ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ଓଡ଼ିଶା ବାହାରର ବିଭିନ୍ନ ରାଜ୍ୟରେ ମଧ୍ୟ ଏଲ. ଇ. ଡ଼ି ପରଦା ମାଧ୍ୟମରେ ଧନୁଯାତ୍ରାର ସିଧାପ୍ରସାରଣ କରାଯିବ । ଏହା ସହିତ ସମସ୍ତ ଜନସାଧାରଣଙ୍କୁ ଅତି ସହଜରେ ଧନୁଯାତ୍ରା ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରିବା ପାଇଁ ୱେବସାଇଟ ମଧ୍ୟ କରାଯିବ । ୱେବସାଇଟରେ ଧନୁଯାତ୍ରାର ଚିତ୍ରାୟନ, ସମସ୍ତ ଦୃଶ୍ୟାବଳୀ, ସହରରେ ଥିବା ପ୍ରମୁଖ ହୋଟେଲ, ପାର୍କିଂ ସ୍ଥାନ, ମହୋତ୍ସବ ସ୍ଥାନ ସମ୍ବନ୍ଧୀୟ ବିବରଣୀ ଏବଂ ଜିପିଏସ ସିଷ୍ଟମକୁ ମଧ୍ୟ ସ୍ଥାନିତ କରାଯିବ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଧନୁଯାତ୍ରା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ୱେବସାଇଟରେ ଏକ ଡିଜିଟାଲ କୁଇଜ ଅନୁଷ୍ଠିତ କରାଯାଇ ଡିଜିଟାଲ ପ୍ରମାଣପତ୍ର ପ୍ରଦାନ କରାଯିବାର ମଧ୍ୟ ବ୍ୟବସ୍ଥା ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking