ଭୁବନେଶ୍ୱର: ଶିକ୍ଷକଙ୍କ ବିଭିନ୍ନ ଦାବିକୁ ନେଇ ଉଚ୍ଚସ୍ତରୀୟ କମିଟି ଗଠନ । ଅବସରପ୍ରାପ୍ତ ଆଇଏଏସ ଅଶୋକ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି । ବିଧାନସଭାରେ ବିବୃତ୍ତି ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଶିକ୍ଷକ/ ଅଧ୍ୟାପକ ଓ କର୍ମଚାରୀଙ୍କ ଦାବିର ଅନୁଶୀଳନ ପାଇଁ କମିଟି ଗଠନ କରାଯାଇଛି । ୬ ମାସ ମଧ୍ୟରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବ କମିଟି ।










