ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ପଙ୍କୁଆ-କଳସାଖମଣ ରାସ୍ତାର ଉଦୁଡ଼ା ଗାଁ ଠାରୁ ୨୦୦ମିଟର ଦୂରରେ ଜଣେ ଅଜଣା ଯୁବକଙ୍କ କ୍ଷତାକ୍ତ ମୃତଦେହ ରାସ୍ତାକଡ଼ରେ ପଡ଼ି ରହିଛି। ମୃତଦେହ ନିକଟରେ ଏକ ହ୍ୟାଣ୍ଡ ବ୍ୟାଗ୍ , ହେଲମେଟ ଓ ବାଇକ୍ ଥିବାବେଳେ ମୃତ ଯୁବକଙ୍କ ଡାହାଣ ଗୋଡ଼ରେ ଗଭୀର ଆଘାତ ଲାଗିଛି। ମୁହଁ ତଳକୁ କରି ପଡ଼ିରହିଛି ଯୁବକଙ୍କ ମୃତଦେହ ।ଖବର ପାଇ ଦଶପଲ୍ଲା ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ସମସ୍ତ ସାମଗ୍ରୀ ଜବତ କରି ସବୁ ଦିଗକୁ ଅନୁଧ୍ୟାନ କରି ତଦନ୍ତ ଚଳାଇଛି। ସେପଟେ ଗତ କିଛି ଦିନ ଧରି ଦଶପଲ୍ଲା ଅଞ୍ଚଳର ଚଢ଼େୟାପଲି ଜଙ୍ଗଲରେ ମାଓବାଦୀ ଥିବା ନେଇ ଚର୍ଚ୍ଚା ହେଉଛି। ମାଓବାଦୀମାନେ ହତ୍ୟା କରିଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି।










