25.1 C
Bhubaneswar
Tuesday, February 3, 2026
Homeଓଡିଶାଧାନ ସଂଗ୍ରହ: ୫ ଜିଲ୍ଲାକୁ ପ୍ରାୟ ୩ ଲକ୍ଷ ଟୋକେନ୍‌

ଧାନ ସଂଗ୍ରହ: ୫ ଜିଲ୍ଲାକୁ ପ୍ରାୟ ୩ ଲକ୍ଷ ଟୋକେନ୍‌

ଭୁବନେଶ୍ୱର: ଧାନ ସଂଗ୍ରହ ପ୍ରକ୍ରିୟାରେ ୫ ଜିଲ୍ଲାକୁ ଦିଆଯାଇଛି ଟୋକେନ । ୫ ଜିଲ୍ଲାକୁ ମୋଟ୍ ୨ ଲକ୍ଷ ୯୪ ହଜାର ୫୯୪ଟି ଟୋକେନ ଦିଆଯାଇଛି । ଏନେଇ ଗୃହରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତର ରଖିଛନ୍ତି । ସେ କହିଛନ୍ତି ଯେ ବରଗଡ଼ରେ ୭୩୬୯୬, ବଲାଙ୍ଗିରରେ ୫୩୦୯୦, କଳାହାଣ୍ଡିରେ ୮୮୬୬୬ ଟୋକେନ୍ ଦିଆଯାଇଛି। ନୂଆପଡ଼ାରେ ୨୯୭୮୬, ସମ୍ବଲପୁରରେ ୪୯୩୩୩ ଜଣଙ୍କୁ ଟୋକେନ୍ ଦିଆଯାଇଛି। ଶୀଘ୍ର ଅନ୍ୟ ଅଞ୍ଚଳରେ ମଧ୍ୟ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରାଯିବ। ଚଳିତ ଖରିଫ ଋତୁରେ ୧୯ ଲକ୍ଷ ୬୭ ହଜାର ୮୧୨ ଚାଷୀ ପଞ୍ଜିକୃତ ହୋଇଛନ୍ତି। ଆଗକୁ ଶହେଟି ମଡେଲ ମଣ୍ଡି ଖୋଲିବାକୁ ଯୋଜନା କରିଛନ୍ତି ସରକାର।

ମଣ୍ଡି ଦାୟିତ୍ୱରେ ମନ୍ତ୍ରୀ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking