19.1 C
Bhubaneswar
Friday, December 5, 2025
Homeଓଡିଶାମାଧୁରୀ ନେଇଛନ୍ତି ୧ କୋଟି ୬୦ ଲକ୍ଷ: ମନ୍ତ୍ରୀ

ମାଧୁରୀ ନେଇଛନ୍ତି ୧ କୋଟି ୬୦ ଲକ୍ଷ: ମନ୍ତ୍ରୀ

ଭୁବନେଶ୍ୱର: ବଲିଉଡ ଅଭିନେତ୍ରୀ  ମାଧୁରୀ ୧ କୋଟି ୬୦ ଲକ୍ଷ  ଟଙ୍କା ନେଇଛନ୍ତି । ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନରେ ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଉତ୍ତର ରଖିଛନ୍ତି ।  କହିଛନ୍ତି, ଓଡିଶା ହସ୍ତତନ୍ତ ବ୍ରାଣ୍ଡ ଆମ୍ବାସଡର ମାଧୁରୀ ଦୀକ୍ଷିତ ମୋଟା ଅର୍ଥ ନେଇଛନ୍ତି । ରାଜ୍ୟ ରାଜକୋଷରୁ ୧ କୋଟି  ୬୦ ଲକ୍ଷ  ଟଙ୍କା ନେଇଛନ୍ତି  ମାଧୁରୀ ।  ବିମାନ ସହ ରହିବା ଓ ଖାଇବା ଖର୍ଚ୍ଚ ଅଲଗା ନେଇଛନ୍ତି । ସ୍ୱାଭାବିକ ଚାଲିଛି ବିଧାନସଭା ପ୍ରଶ୍ନକାଳ । ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଷଷ୍ଠ ଦିନ ।  ବିଧାୟକ, ବିଧାୟିକାଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭିନ୍ନ ବିଭାଗର ମନ୍ତ୍ରୀ ।ଅନ୍ୟପଟେ  ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ମୁହାଁମୁହିଁ ହୋଇପାରନ୍ତି  ଶାସକ ଏବଂ ବିରୋଧୀ ।  ଧାନ ମଣ୍ଡି ସମସ୍ୟା ନେଇ ମୁଲତବୀ ପ୍ରସ୍ତାବ  ଦେଇପାରେ ମୁଖ୍ୟ ବିରୋଧୀ ବିଜେଡି ।  ସେପଟେ ଶକ୍ତି, କୃଷି ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ରହିଛି  ପ୍ରଶ୍ନକାଳ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking