19.1 C
Bhubaneswar
Friday, December 5, 2025
Homeଓଡିଶାକଟକ ଜିଲ୍ଲାରେ ୧୪୮୨ ଜଣ ହିତାଧିକାରୀଙ୍କୁ ଗୃହ ମଞ୍ଜୁର: ମନ୍ତ୍ରୀ 

କଟକ ଜିଲ୍ଲାରେ ୧୪୮୨ ଜଣ ହିତାଧିକାରୀଙ୍କୁ ଗୃହ ମଞ୍ଜୁର: ମନ୍ତ୍ରୀ 

ଭୁବନେଶ୍ୱର: ବିଧାନସଭାରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅନ୍ତୋଦ୍ୱୟ  ବାସଗୃହ ଯୋଜନାରେ  ହିତାଧିକାରୀ  ଚୟନ ପ୍ରକ୍ରିୟାରେ ମନ୍ତ୍ରୀଙ୍କୁ ପ୍ରଶ୍ନ କରି କହିଛନ୍ତି,   କଟକ ଜିଲ୍ଲାରେ  କେଉଁ ବ୍ଲକରେ  କେତେ ହିତାଧିକାରୀ ୨୦୨୪- ୨୫ ଓ ୨୦୨୫-୨୬  ଆର୍ଥିକ ବର୍ଷରେ ଏହି ବାସଗୃହ ପାଇଛନ୍ତି, ଏଥିରୁ କେଉଁମାନେ ,ସେମାନଙ୍କ ପ୍ରଥମ କିସ୍ତି, ଏବଂ ଦ୍ୱିତୀୟ କିସ୍ତି ବ୍ୟାଙ୍କ ଥାକାକୁ ପେମେଣ୍ଟ ଯାଇଛି । କେଉଁମାନଙ୍କର କେଉଁ କାରଣ ପାଇଁ  ସ୍ଥଗିତ  ରଖାଯାଇଛି । ମନ୍ତ୍ରୀ ଉତ୍ତର ରଖି କହିଛନ୍ତି,  ୨୭୭ ତାରିଖ ସୁଦ୍ଧା  କଟକ ଜିଲ୍ଲାରେ ଆର୍ଥିକ ବର୍ଷ  ୨୦୨୪- ୨୫ରେ ମୋଟ  ୧୪୮୨ ଜଣ ହିତାଧିକାରୀଙ୍କୁ ଗୃହ ମଞ୍ଜୁର  କରାଯାଇଛି ।  ସେଥିରୁ  ୧୩୫୪ ଜଣଙ୍କୁ ପ୍ରଥମ  କିସ୍ତି ଓ ୭୦୩ ଜଣଙ୍କୁ ଦ୍ୱିତୀୟ କିସ୍ତି ପ୍ରଦାନ  ପ୍ରାଦନ କରାଯାଇଛି ।  ସେହିପରି  ଆର୍ଥିକ ବର୍ଷ ୨୦୨୫- ୨୬ରେ ମୋଟ  ୫୧୫୩ ଜଣ ହିତାଧିକାରୀଙ୍କୁ ଗୃହ ମଞ୍ଜୁର କରାଯାଇଛି । ସେଥିରୁ ୪୬୮୭ ଜଣଙ୍କୁ ପ୍ରଥମ କିସ୍ତି ଓ ୧୦୩୭ ଜଣଙ୍କୁ  ଦ୍ୱିତୀୟ କିସ୍ତି ପ୍ରଦାନ କରାଯାଇଛି । ଗ୍ରାମୀଣ ଗୃହ  ନିର୍ମାଣ ଯୋଜନାରେ ପ୍ରଥମ କିସ୍ତି ପାଇବାର ୪ ମାସ ଓ ୬ ମାସ ମଧ୍ୟରେ ଗୃହ କାମ ସମ୍ପୁର୍ଣ୍ଣ ହେଲେ  ୨୦୦୦୦ ଟଙ୍କା ଓ ୧୦୦୦୦ ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯିବାର ବ୍ୟବସ୍ଥା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking