26.1 C
Bhubaneswar
Wednesday, February 4, 2026
Homeଓଡିଶାଖୋଲାମଞ୍ଚରେ ଭିନ୍ନକ୍ଷମଙ୍କ ସମସ୍ୟା ଓ ବିିଭିନ୍ନ ଅହ୍ୱାନ ନେଇ ବିସ୍ତୃତ ଆଲୋଚନା

ଖୋଲାମଞ୍ଚରେ ଭିନ୍ନକ୍ଷମଙ୍କ ସମସ୍ୟା ଓ ବିିଭିନ୍ନ ଅହ୍ୱାନ ନେଇ ବିସ୍ତୃତ ଆଲୋଚନା

ଭୁବନେଶ୍ୱର:  ଆଜି ପୂର୍ବାହ୍ନରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ସ୍ଥାନୀୟ ସୋଆ ବିଶ୍ୱବିଦ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ରାଜ୍ୟସ୍ତରୀୟ ସେମିନାର୍‌ ଆୟୋଜିତ ହୋଇଯାଇଛି । ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀ ଆର୍‌.ଏସ୍‌. ଗୋପାଳନ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଭିନ୍ନକ୍ଷମମାନଙ୍କ ଜୀବନରେ ରୂପାନ୍ତରଣ ଆଣିବାକୁ ହେଲେ ଆମକୁ ସାମୂହିକ ଭାବେ ଦାୟିତ୍ୱ ନିର୍ବାହ କରି ଯୋଜନାର ରୂପାୟନ ସହ ଆଗକୁ ମଧ୍ୟ ଚିନ୍ତା କରିବାକୁ ହେବ । ଭିନ୍ନକ୍ଷମମାନଙ୍କ ବିକାଶ ହେଲେ ହିଁ ଦେଶ ଓ ରାଜ୍ୟର ପ୍ରଗତି କରିପାରିବ । ଏଣୁ, ଆମକୁ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ସହ ସେବାପ୍ରଦାନକୁ ସମାବେଶୀ କରିବାକୁ ହେବ । ଭିନ୍ନକ୍ଷମମାନଙ୍କ ନିମନ୍ତେ ସରକାର କାର୍ଯ୍ୟକାରୀ କରୁଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ ଅଧିକରୁ ଅଧିକ ହିତାଧିକାରୀଙ୍କୁ ସାମିଲ କରିବାକୁ ପରାମର୍ଶ ଦେବା ସହ ଏହା ଦ୍ୱାରା ଲକ୍ଷ୍ୟ ହାସଲ ହୋଇପାରିବ ବୋଲି ସେ ମତପ୍ରକାଶ କରିଥିଲେ । ଗୋଆରୁ ଆସିଥିବା ପ୍ରତିନିଧିମାନଙ୍କ ସହ ଆଲୋଚନାରୁ ସେମାନଙ୍କ ରାଜ୍ୟରେ ଭିନ୍ନକ୍ଷମମାନଙ୍କ ନିମନ୍ତେ କି କି ପଦକ୍ଷେପ ନିଆଯାଇଛି ଓ ତାହାର ସୁଫଳ ବାବଦରେ ଆମେ ଜାଣିପାରିବା ଏବଂ ଏହି ମତବିନିମୟ କାର୍ଯ୍ୟକ୍ରମ ଆମକୁ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ବିକାଶ ଦିଗରେ ସହାୟତା ଦେବ ବୋଲି ସେ ଆଶା ପ୍ରକାଶ କରିଥିଲେ ।

ଏହି ଅବସରରେ ସ୍ୱାଭିମାନର କାର୍ଯ୍ୟନିର୍ବାହୀ ଡ. ଶ୍ରୁତି ମହାପାତ୍ର, ସୋଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପି.କେ. ନନ୍ଦ, ଲିଙ୍ଗରାଜ ମନ୍ଦିର ପ୍ରଶାସନର ଅଧ୍ୟକ୍ଷ ଜଷ୍ଟିସ୍‌ ଦୁର୍ଗାପ୍ରସନ୍ନ ଚୌଧୁରୀ, ବିଭାଗୀୟ ନିର୍ଦ୍ଦେଶକ ସୁଶ୍ରୀ ପାରୁଲ ପଟାୱରୀ, ସାଇଟ୍‌ ସେଭର ଇଣ୍ଡିଆର ସଦସ୍ୟ ଜି. ସୁବ୍ରମଣ୍ୟମ୍‌ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏହି ସେମିନାର୍‌ରେ ଆୟୋଜିତ ଖୋଲା ଅଧିବେଶନରେ ଗୋଆର ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ ସଚିବ ଶ୍ରୀ ତାହା ହାଜିକ୍‌, ମୁମ୍ବାଇ ଉଚ୍ଚ ନ୍ୟାୟାଳୟର ଆଡ୍‌ଭୋକେଟ୍‌ ଓ ସଲିସେଟର ସୁଶ୍ରୀ କଞ୍ଚନା ପାମ୍‌ନାନୀ, ମୁମ୍ବାଇ ଏନ୍‌ଏବି ଇଣ୍ଡିଆର କାର୍ଯ୍ୟନିର୍ବାହୀ ସୁଶ୍ରୀ ପଲ୍ଲବୀ କଦମ୍‌, ଦିଲ୍ଲୀ ବିଶ୍ୱବିଦ୍ୟାଳୟ ମୈତ୍ରୀ ମହାବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଡ. ବିଜୟିନୀ ମିଶ୍ର, ସକ୍ଷମର ଜାତୀୟ ସଭାପତି ପ୍ରଫେସର ଦୟାଲ ସିଂ ପନୱାର୍‌, ସମର୍ଥନ ଟ୍ରଷ୍ଟ, ବେଙ୍ଗାଲୁରୁର ପ୍ରତିଷ୍ଠାତା ପରିଚାଳନା ଟ୍ରଷ୍ଟି ଡ. ମହାନ୍ତେଶ୍‌ ଜି.କେ., ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ଦୁର୍ଯେ୍ୟାଧନ ନାହାକ ଯୋଗଦେଇ ସେମାନଙ୍କ ସୁଚିନ୍ତିତ ମତାମତ ରଖିଥିଲେ । ଉପଶାସନ ସଚିବ ଶ୍ରୀ ସନ୍ନ୍ୟାସୀ ବେହେରା ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ରାଜ୍ୟ ଓ ଜାତୀୟ ସ୍ତରରେ କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷ ହାସଲ କରିଥିବା କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ପରେ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ବିତ୍ତ ପରାମର୍ଶଦାତା ଜୟଶ୍ରୀ ତି୍ରପାଠୀ ଧନ୍ୟବାଦ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking