21.1 C
Bhubaneswar
Saturday, February 7, 2026
Homeଓଡିଶାଓଡିଆ ନେମପ୍ଲେଟ: ୩୧୯ ଦୋକାନୀଙ୍କୁ ଫାଇନ

ଓଡିଆ ନେମପ୍ଲେଟ: ୩୧୯ ଦୋକାନୀଙ୍କୁ ଫାଇନ

ଭୁବନେଶ୍ୱର: ଓଡିଆରେ  ନାମ ଫଳକ  ନଥିବାରୁ  ୩୧୯ ଦୋକାନୀଙ୍କଠୁ  ଜରିମାନା ଆଦାୟ କରାଯାଇଛି । ଏନେଇ  ଗୃହରେ ସୂଚନା ଦେଲେ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିିଂ ଖୁଣ୍ଟିଆ । ୨୦୨୩ରୁ ୨୦୨୫ ମାଧ୍ୟମରେ ୨୫୯୪ ଜଣଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ୨୫୯୪ ଜଣଙ୍କ ମଧ୍ୟରୁ ୩୧୯ ଦୋକାନୀ ଜରିମାନା ଗଣିଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ। ବିଧାନସଭା ଅଧିବେଶନର ପଞ୍ଚମ ଦିନରେ ପ୍ରଶ୍ନକାଳ ସ୍ୱାଭାବିକ ରହିଛି। ଗୃହରେ ଆଜି ବିଭିନ୍ନ ବିଭାଗର ପ୍ରଶ୍ନ ଉପରେ ଆଲୋଚନା ହେଉଛି। ପଞ୍ଚାୟତିରାଜ, ପାନୀୟ ଜଳ ବିଭାଗର ରହିଛି ପ୍ରଶ୍ନକାଳ। ଏଥି ସହିତ ଗୃହ ନିର୍ମାଣ ଓ ପୌର ଉନ୍ନୟନ ବିଭାଗର ପ୍ରଶ୍ନକାଳ ରହିଛି । ବିଭିନ୍ନ ବିଭାଗର ମନ୍ତ୍ରୀ ବିଧାୟକ, ବିଧାୟିକାଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି । ଅନ୍ୱେଷା ଯୋଜନା ବନ୍ଦ କରିବା ଷଡଯନ୍ତ୍ର ଉପରେ ଗୃହରେ କଂଗ୍ରେସ ମୁଲତବି ପ୍ରସ୍ତାବ ଆଣି  ସରଗରମ  କରିଛନ୍ତି ବିଧାନସଭା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking