ଭୁବନେଶ୍ୱର: ଭୁବନେଶ୍ୱର ବଡଗଡ ଥାନା ବିଜେବିନଗରରେ ମର୍ମନ୍ତୁଦ ଦୁର୍ଘଟଣା । ଡିଭାଇଡରରେ ପିଟି ହେଲା ବାଇକ୍ । ଏହି ଦୁର୍ଘଟଣାରେ ୨ ବାଇକ୍ ଆରୋହୀ ମୃତ୍ୟୁବରଣ କରିଥିବା ବେଳେ ଜଣେ ଆହତ ହୋଇଛନ୍ତି । ମୃତକଙ୍କୁ ପ୍ରୀତିରଞ୍ଜନ ଜେନା ଏବଂ ଶୁଭମ ନାୟକ ବୋଲି ଚିହ୍ନଟ କରାଯାଇଛି । ଉଭୟ ବରଗଡ ପୋଲିସ ସୀମା ଅନ୍ତର୍ଗତ ପାଣିଟାଙ୍କି ବସ୍ତିର ବାସିନ୍ଦା । ସୂଚନା ଅନୁସାରେ, ସୋମବାର ରାତି ପ୍ରାୟ ୨ଟା ରୁ ୩ଟା ସମୟରେ ଏହି ଘଟଣା ଘଟିଥିଲା । ତିନି ଜଣ ବନ୍ଧୁ ପୁରୀ ଯାଉଥିବା ବେଳେ ଡିଭାଇଡରରେ ଧକ୍କା ଦେଇଥିଲେ ବାଇକ । ଫଳରେ ଘଟଣାସ୍ଥଳେ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକମାନେ ତୁରନ୍ତ ଘଟଣା ବିଷୟରେ ଲକ୍ଷ୍ମୀ-ସାଗର ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଚିକିତ୍ସା ପାଇଁ ପଠାଇବା ସହ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା । ଲକ୍ଷ୍ମୀ-ସାଗର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।










