31.1 C
Bhubaneswar
Friday, February 6, 2026
Homeଓଡିଶାଚଳନ୍ତା ଟ୍ରେନରେ ଚଢ଼ିବା ବେଳେ ଚାଲିଗଲା ଶିକ୍ଷକଙ୍କ ଜୀବନ

ଚଳନ୍ତା ଟ୍ରେନରେ ଚଢ଼ିବା ବେଳେ ଚାଲିଗଲା ଶିକ୍ଷକଙ୍କ ଜୀବନ

ଝାରସୁଗୁଡା: ଝାରସୁଗୁଡା ରେଳ ଷ୍ଟେସନରେ ଆଜି ସକାଳୁ ଚଳନ୍ତା ଟ୍ରେନରେ ଚଢ଼ିବା ବେଳେ ଏକ ଅଘଟଣ ଘଟି ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବରଗଡ଼ଜିଲ୍ଲା  ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ନୂଆପାଲିର ଏକ ବିଦ୍ୟାପୀଠରେ ଗୁରୁଜୀ ଭାବେ କାମ କରୁଥିବା ଛତିଶଗଡ଼ର ରାୟପୁରର ବି. ଶିବଶଙ୍କର (୬୫) ବୋଲି ଜଣାପଡ଼ିଛି।ସୂଚନା ପାଇ ଜିଆରପି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି। ସୂଚନା ଅନୁସାରେ, ଶିବଶଙ୍କର ଆଜି ସକାଳ ସାଢେ ୭ଟା ବେଳେ ଜ୍ଞାନେଶ୍ବରୀ ଏକ୍ସପ୍ରେସରେ ଚଢ଼ିବାକୁ ଯାଉଥିବା ବେଳେ ଟ୍ରେନଟି ଛାଡ଼ି ଦେଇଥିଲା। ଫଳରେ ଶ୍ରୀ ଶିବଶଙ୍କରଙ୍କର ଗୋଡ଼ ଖସି ଯାଇଥିଲା ଓ ସେ ତଳକୁ ଗଳି ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ହେଁ ସେତେବେଳକୁ ସେ ଟ୍ରେନ ତଳକୁ ଗଳି ପଡ଼ିଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking