ଭୁବନେଶ୍ୱର: ଛାତ୍ର ଆତ୍ମହତ୍ୟା ଘଟଣାକୁ ସ୍ୱୀକାର କରି ପକ୍ଷ ରଖିଲା କିଟ୍ । ଏକ ପ୍ରେସ୍ ରିଲିଜ ଜରିଆରେ ପକ୍ଷ ରଖିଲେ କିଟ୍ ଲୋକ ସମ୍ପର୍କ ନିର୍ଦ୍ଦେଶିକା । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ନେଇ ଅବାନ୍ତ ସଫେଇ ଦେଲେ । ସତ୍ୟ ଖବର ପ୍ରସାରଣକୁ ଅତିରଞ୍ଜିତ ବୋଲି ଲେଖିଲେ ଲୋକ ସମ୍ପର୍କ ନିର୍ଦ୍ଦେଶିକା । ଘଟଣା ସମ୍ପର୍କରେ ପୋଲିସକୁ ଜଣାଇଛୁ, ତଦନ୍ତ ଆରମ୍ଭ ହୋଇଛି କହିଲେ । ଅନ୍ୟପଟେ, ଏହି ଘଟଣାରେ ବିଧାୟକ ସରୋଜ ପାଢୀଙ୍କ କଡା ଟିପ୍ପଣୀ । ବିଧାୟକ କହିଛନ୍ତି ଯେ କିଟ୍ ଆଡମିନିଷ୍ଟ୍ରେସନ୍ ଭୁଶୁଡି ଗଲା ପରି ଲାଗୁଛି । ଓଡିଶାର ନାଁ ବଦନାମ କରିବାକୁ କିଟ୍କୁ କୁହାଯାଇନାହିଁ । କିଟ୍ର ଦୋଷ ପ୍ରମାଣିତ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ । କୌଣସି ଦୋଷୀଙ୍କୁ ମୋହନ ସରକାର କ୍ଷମା ଦେବେ ନାହିଁ । ଆମେ ମଧ୍ୟ କିଟ୍ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବୁ । କିଟ୍ର ମନମାନୀ ଆଉ ଚଳିବ ନାହିଁ । ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିଧାୟକ ପ୍ରଦୀପ ଦିଶାରୀ । ଦୁର୍ଭାଗ୍ୟଜନକ ଘଟଣା, ସରକାର ଏହାକୁ ତଦନ୍ତ ପରିସରଭୁକ୍ତ କରନ୍ତୁ । ଦୃଢ କାର୍ଯ୍ୟାନୁଷ୍ଠାନ ନହେଲେ ଓଡିଶା ଆସୁଥିଲେ ଛାତ୍ର, ଆଉ ଆସିବେନି । ସୂଚନାଯୋଗ୍ୟ, ଆଜି ସକାଳେ ସନ୍ଦେହଜନକ ଅବସ୍ଥାରେ କିଟ୍ ବିଶ୍ୱବିଦ୍ୟାଳୟ ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ମୃତକ ଛତିଶଗଡ ଜିଲ୍ଲାର ପ୍ରଥମ ବର୍ଷ କମ୍ପ୍ୟୁଟର ସାଇନ୍ସ ଛାତ୍ର ରାହୁଲ ଯାଦବ । ଘଟଣା ପରେ ମୃତକଙ୍କ ରୁମମେଟମାନେ ପୋଲିସକୁ ଖବର ଦେଇଥିଲେ । ସୂଚନା ପାଇ ଇନଫୋସିଟି ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାହୁଲଙ୍କ ମୃତଦେହକୁ ଜବତ କରି ଏକ ଘରୋଇ ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ପୋଲିସ ଏନେଇ ତଦନ୍ତ କରୁଛି ।










