ଭୁବନେଶ୍ୱର: ରାଜ୍ୟରେ ଆଇଏଏସ, ଆଇପିଏସ, ଆଇଏଫଏସ ପଦବୀ ଖାଲି ନେଇ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲିଖିତ ଉତ୍ତର ରଖିଛନ୍ତି ା ରାଜ୍ୟରେ ୪୬ ଆଇଏଏସ, ୬୭ ଆଇପିଏସ, ୭୦ ଆଇଏଫଏସ ପଦବୀ ଖାଲି ପଡିଛି । ଆଜି ବିଧାସଭା ଶୀତ କାଳୀନ ଅଧିବେଶନର ଚତୁର୍ଥ ଦିନ । ସ୍ୱାଭାବିକ ଭାବେ ଚାଲିଛି ବିଧାନସଭା ଶୀତକାଳୀନ ଅଧିବେଶନ । ଗୃହରେ ଅର୍ଥ , ଗୃହ , ସ୍ୱାସ୍ଥ୍ୟ , ପରିବାର କଲ୍ୟାଣ, ସାଧାରଣ ପ୍ରଶାସନ, ସାଧାରଣ ଅଭିଯୋଗ ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରଶ୍ନକାଳ ଆଲୋଚନା କରାଯାଉଛି । ବିଧାୟକମାନଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭିନ୍ନ ବିଭାଗୀୟ ମନ୍ତ୍ରୀ ।










