24.1 C
Bhubaneswar
Wednesday, February 4, 2026
Homeଓଡିଶାକୋଇଲା ବୋଝେଇ ଜାହାଜରେ ଅଗ୍ନିକାଣ୍ଡ

କୋଇଲା ବୋଝେଇ ଜାହାଜରେ ଅଗ୍ନିକାଣ୍ଡ

ପାରାଦୀପ: ପାରାଦୀପ ବନ୍ଦରରେ ବଡ ଅଘଟଣ। କୋଇଲା ବୋଝେଇ ଜାହାଜରେ ଘଟିଛି ଅଗ୍ନିକାଣ୍ଡ। ଆଇଓବି ବର୍ଥରେ କୋଇଲା ବୋଝେଇ ବେଳେ ଲାଗିଲା ନିଆଁ। ଜାହାଜଟି ସିକ୍ୟୁ ୨ ବର୍ଥକୁ ସ୍ଥାନାନ୍ତର କରାଯାଇ ଅନଲୋଡ୍ ହେଲା କୋଇଲା। ସୂଚନା ଅନୁସାରେ, ପାରାଦୀପ ବନ୍ଦରରେ ଶନିବାର ବିଳମ୍ବିତ ରାତିରେ ଇକୋ କର୍ଣ୍ଣେଲ ଜାହାଜରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲାଖବର ପାଇ ସିଆଇଏସଏଫ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛି। ସୂଚନା ଅନୁଯାୟୀ, ଚେନାଇରାଧା ବର୍ଥରେ ଥର୍ମାଲ କୋଇଲା ଲୋଡ୍ କରାଯାଉଥିବା ସମୟରେ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଅଗ୍ନିକାଣ୍ଡର କାରଣ ଖୋଜିବା ସହ ତଦନ୍ତ ଜାରି ରହିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking