19.1 C
Bhubaneswar
Friday, December 5, 2025
Homeଦେଶ ବିଦେଶଆସନ୍ତାକାଲି ତାମିଲନାଡୁ ଉପକୂଳ ଛୁଇଁବ ‘ଡିଟୱାହା’

ଆସନ୍ତାକାଲି ତାମିଲନାଡୁ ଉପକୂଳ ଛୁଇଁବ ‘ଡିଟୱାହା’

ଚେନ୍ନାଇ: ସାମୁଦ୍ରିକ ଘୂର୍ଣ୍ଣିଝଡ ଡିଟୱାହା ଆସନ୍ତାକାଲି ସକାଳ ସୁଦ୍ଧା ତାମିଲନାଡୁ-ପୁଡୁଚେରୀ ଉପକୂଳ ଛୁଇଁବ। କିନ୍ତୁ ଏହାର ପ୍ରଭାବ ଏଠାରେ ପରିଲକ୍ଷିତ ହେବା ଆରମ୍ଭ ହୋଇଯାଇଛି। ରିପୋର୍ଟ ଅନୁସାରେ ପୁଡୁଚେରୀ, ଚେନ୍ନାଇ ସମେତ ତାମିଲନାଡୁର ଅନେକ ପ୍ରାନ୍ତରେ ଲଗାଣ ବର୍ଷା ଆରମ୍ଭ ହୋଇଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ଦିନରେ ପ୍ରାୟ ୫୪ଟି ବିମାନ ଉଡାଣକୁ ବାତିଲ କରାଯାଇଛି। ଚେନ୍ନାଇକୁ ବିମାନ ବାତିଲ ହେବା ଯୋଗୁଁ ଗତ ତିନି ଦିନ ଧରି ପ୍ରାୟ ୩୦୦ ଭାରତୀୟ ଯାତ୍ରୀ କଲମ୍ବୋ ବିମାନବନ୍ଦର(ଶ୍ରୀଲଙ୍କା)ରେ ଫସି ରହିଛନ୍ତି। ସେମାନେ ସମସ୍ତେ ଦୁବାଇରୁ ଶ୍ରୀଲଙ୍କା ଦେଇ ଭାରତ ଫେରିବାର କାର୍ଯ୍ୟକ୍ରମ ଥିଲା। ସେହିପରି ସ୍କୁଲ କଲେଜ୍‌ଗୁଡ଼ିକୁ ପରବର୍ତ୍ତୀ ଘୋଷଣା ଯାଏ ଛୁଟି ରଖିବା ନେଇ ଘୋଷଣା କରାଯାଇଛି। ପୁଡୁଚେରୀ ୟୁନିଭରସିଟି ବିଶ୍ୱବିଦ୍ୟାଳୟ ସ୍ତରୀୟ ପରୀକ୍ଷାଗୁଡ଼ିକୁ ସ୍ଥଗିତ ରଖିଛି। ହସ୍ତଗତ ହୋଇଥିବା ରିପୋର୍ଟ ଅନୁସାରେ ପୁଡୁଚେରୀ ସଂଲଗ୍ନ ସମୁଦ୍ରତଟରେ ଉଚ୍ଚ ଲହରୀ ସୃଷ୍ଟି ହେଉଥିବାର ଦେଖିବାକୁ ମିଳିଛି। ପୁଲିସ୍ ସମୁଦ୍ର ଉପକୂଳକୁ ସାଧାରଣ ଏବଂ ପର୍ଯ୍ୟଟକଙ୍କ ପ୍ରବେଶକୁ ନିଷେଧ କରିଛି। ଡିଟୱାହା ଦ୍ୱାରା ତାମିଲନାଡୁର ପ୍ରଭାବିତ ଆଶଙ୍କା କରାଯାଉଥିବା ପ୍ରାନ୍ତରେ ପ୍ରାୟ ୨୮ଟି ବିପର୍ଯ୍ୟୟ ପ୍ରତିକ୍ରିୟା ଦଳକୁ ନିୟୋଜିତ କରାଯାଇଛି। ତାମିଲନାଡୁ ପରି ନଭେମ୍ବର ୩୦ ରୁ ଡିସେମ୍ବର ୩ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶର କିଛି ସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଆନ୍ଧ୍ର ସରକାର ମଧ୍ୟ ନିଜ ହିସାବରେ ପ୍ରସ୍ତୁତି କରିଛନ୍ତି।

ଶ୍ରୀଲଙ୍କାରେ ତାଣ୍ଡବ ରଚନା କରିବା ପରେ, ଘୂର୍ଣ୍ଣିଝଡ଼ ଡିଟୱାହା ଦ୍ରୁତ ଗତିରେ ଭାରତର ତାମିଲନାଡୁ ଅଭିମୁଖା ସାଜିଛି। ଏହାର ପ୍ରଭାବରେ ତାମିଲନାଡୁ, ଆନ୍ଧ୍ର ପ୍ରଦେଶ ଏବଂ ପୁଡୁଚେରୀର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଏବଂ ପ୍ରବଳ ପବନ ଆରମ୍ଭ ହୋଇସାରିଛି। ଶନିବାର ରାତି ସୁଦ୍ଧା ଏହା ଆହୁରି ତୀବ୍ର ହେବାର ଆଶା କରାଯାଉଛି। ଶ୍ରୀଲଙ୍କାରେ ଡିଟୱାହା ଜନିତ ବିପର୍ଯ୍ୟୟରେ ମୋଟ୍ ୧୨୩ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଅଧିକ ନିଖୋଜ ରହିଛନ୍ତି। ଏପରି ଏକ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଭାରତ ପକ୍ଷରୁ ଶ୍ରୀଲଙ୍କାକୁ ସହାୟତାର ହାତ ବଢ଼ାଯାଇଛି। ଶ୍ରୀଲଙ୍କାକୁ ସହାୟତା ପାଇଁ ଭାରତ ଅପରେସନ ‘ସାଗର ବନ୍ଧୁ’ ଆରମ୍ଭ କରିଛି। ଅପରେସନ୍ ଅନ୍ତର୍ଗତ ଭାରତୀୟ ବାୟୁସେନାର ଏକ ଆଇଏଲ୍‌-୭୬ ବିମାନ କଲମ୍ବୋରେ ପହଞ୍ଚିଛି। ପ୍ରାୟ ୨୭ ଟନ୍ ରିଲିଫ୍ ସାମଗ୍ରୀ ବାୟୁ ଏବଂ ସମୁଦ୍ର ମାଧ୍ୟମରେ ପଠାଯାଇଛି, ଯେଉଁଥିରେ ୮୦ ଜଣ ଏନ୍‌ଡିଆରଏଫ୍ କର୍ମଚାରୀଙ୍କ ଦଳ ମଧ୍ୟ ସାମିଲ ଅଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking