32.7 C
Bhubaneswar
Thursday, May 14, 2026
Homeଦେଶ ବିଦେଶ୧ରୁ ଶସ୍ତା ହେବ ଏଲ୍‌ପିଜି ଗ୍ୟାସ୍‌

୧ରୁ ଶସ୍ତା ହେବ ଏଲ୍‌ପିଜି ଗ୍ୟାସ୍‌

ନୂଆଦିଲ୍ଲୀ: ପ୍ରତି ମାସର ପ୍ରଥମ ତାରିଖକୁ ନେଇ ଦେଶବାସୀ ସାମାନ୍ୟ ଭୟଭୀତ ହୋଇପଡିଥାନ୍ତି। କାରଣ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ସମ୍ପର୍କୀତ ଯାହାକିଛି ବି ବଡ଼ ଘଟଣା ଘଟେ ସେସବୁ ପ୍ରତ୍ୟେକ ମାସର ପହିଲା ତାରିଖରେ ହିଁ ଦେଖିବାକୁ ମିଳିଥାଏ। ଏଲ୍‌ପିଜି ଗ୍ୟାସ୍ ଦାମ୍ ବୃଦ୍ଧି କ୍ଷେତ୍ରରେ ଏହା ଖାଉଟିମାନଙ୍କ ପକେଟ୍ ଉପରେ ଗୁରୁତର ଭାବେ ପ୍ରଭାବ ପକାଇଥାଏ। କିନ୍ତୁ ଏଥର ଆସନ୍ତା ମାସ ଅର୍ଥାତ୍ ଡିସେମ୍ବର ପହିଲାରେ ଘରୋଇ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ୨୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇପାରେ ବୋଲି ଆଶା କରାଯାଉଛି। ଏହି ପରିମାଣର ହ୍ରାସ ନିଶ୍ଚିତ ଭାବରେ ଗ୍ରାହକମାନଙ୍କୁ ମୁଦ୍ରାସ୍ଫୀତିରୁ କିଛି ଆଶ୍ୱସ୍ତି ପ୍ରଦାନ କରିବ। ମୂଲ୍ୟ ହ୍ରାସ ସମ୍ପର୍କରେ ଏପର୍ଯ୍ୟନ୍ତ ଯଦିଓ ସରକାରୀ ସ୍ତରରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ କିନ୍ତୁ ଦେଶର ଅନେକ ଗଣମାଧ୍ୟମ ସଂସ୍ଥା ସେମାନଙ୍କ ରିପୋର୍ଟରେ ଏପରି ଦାବି କରୁଥିବାର ଦେଖିବାକୁ ମିଳୁଛି। ତେବେ ଯଦି ଏଲପିଜି ସିଲିଣ୍ଡରମୂଲ୍ୟ ହ୍ରାସ ପାଏ, ତେବେ ଗ୍ରାହକମାନେ ୨୦ ଟଙ୍କା କମ୍‌ରେ ସିଲିଣ୍ଡର ପାଇପାରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking