36.1 C
Bhubaneswar
Tuesday, May 26, 2026
Homeଓଡିଶାଆଉଟସୋର୍ସିଂ; ବିଗତ ୫ ବର୍ଷରେ ୧୭୪.୦୮ କୋଟି ଟଙ୍କା ପ୍ରଦାନ: ମନ୍ତ୍ରୀ

ଆଉଟସୋର୍ସିଂ; ବିଗତ ୫ ବର୍ଷରେ ୧୭୪.୦୮ କୋଟି ଟଙ୍କା ପ୍ରଦାନ: ମନ୍ତ୍ରୀ

ଭୁବନେଶ୍ୱର: ଆଜିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାକୁ ସମର୍ଥନ କରିଥିଲେ ବିରୋଧୀ ଦଳ । ଗୃହରେ ଏକ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା । ଶୋକ ପ୍ରସ୍ତାବ ପରେ ଗୃହକୁ ମୁଲତବି କରାଯାଇଥିଲା ।  ତେବେ ଶୂନ୍ୟକାଳ ମଧ୍ୟରେ ଗୃହରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ  ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଜେନାଙ୍କୁ ପ୍ରଶ୍ନ ପଚାରିଛନ୍ତି ଯେ, ଓଡିଶା ଖଣି ନିଗମରେ ଆଉଟ ସୋର୍ସିଂ ମାଧ୍ୟମରେ  କେତେ ଜଣଙ୍କୁ କେଉଁ କାର୍ଯ୍ୟ ଓ ପଦରେ  ନିୟୋଜିତ କରାଯାଇଛି ? ଏ ବାବଦରେ ବାର୍ଷିକ  କେତେ ଅର୍ଥ ବିଗତ ୫ ବର୍ଷରୁ ଅଦ୍ୟାବଧି ବିନିଯୋଗ କରାଯାଇଛି । ଆଉଟ ସୋର୍ସିଂ ମାଧ୍ୟମରେ  ଉପରୋକ୍ତ ପଦବୀଗୁଡିକରେ   ନିୟୋଜିତ ହୋଇଥିବା କର୍ମଚାରୀ ଓ ପଦାଧିକାରୀମାନଙ୍କ  ମଧ୍ୟରୁ ଏସସି , ଏସଟି, ଓବିସି ଏବଂ ମାଇନରିଟି ବର୍ଗର କେତେ  ଅଧିକାରୀ ନିୟୋଜିତ ଅଛନ୍ତି ?

ଏହି ପ୍ରଶ୍ନ ଉତ୍ତର ରଖି ମନ୍ତ୍ରୀ କହିଛନ୍ତି,  ଆଜି ଯାଏଁ ଓଡିଶା ଖଣି ନିଗମରେ ଆଉଟ ସୋର୍ସିଂ ମାଧ୍ୟମରେ ମୋଟ ୧୯୦୮ ନିୟୋଜିତ ଅଛନ୍ତି । ହାଉସ କିପିଂ, କ୍ୟାଣ୍ଟିନ  ଆତିଥ୍ୟ ସେବା,  ରକ୍ଷଣାବେକ୍ଷଣ ସେବା,  ଅଫିସ ଆଟେଣ୍ଡାଣ୍ଟ ଏବଂ ଅନ୍ୟନ୍ୟ ବୃତ୍ତି ଭିତ୍ତିକ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏ ବାବଦରେ  ବିଗତ ୫ ବର୍ଷରେ ୧୭୪ କୋଟି ପ୍ରଦାନ କରାଯାଇଛି । ଆଉଟ ସୋର୍ସିଂ ମାଧ୍ୟମରେ ପଦାଧିକାରୀମାନଙ୍କ ମଧ୍ୟରୁ  ସୋମାନଙ୍କ ମଧ୍ୟରେ ୩୮୦ ଜଣ ଏସସି ଓ ୪୫୫ ଜଣ ଏସଟି ବର୍ଗ ରହିଛନ୍ତି ।  ବାକି ସମସ୍ତ କର୍ମଚାରୀ ସାଧାରଣ ଓ ଅନ୍ୟାନ୍ୟ ବର୍ଗରେ ଅନ୍ତର୍ଭୁକ୍ତ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking