17.1 C
Bhubaneswar
Friday, February 6, 2026
Homeଓଡିଶାବାୟୁ ପ୍ରଦୂଷଣ: ଦିଲ୍ଲୀକୁ ଟପିଲା ଅନୁଗୁଳ

ବାୟୁ ପ୍ରଦୂଷଣ: ଦିଲ୍ଲୀକୁ ଟପିଲା ଅନୁଗୁଳ

ଭୁବନେଶ୍ୱର: ବାୟୁ ମାନ ସୂଚକାଙ୍କରେ ଦିଲ୍ଲୀକୁ ଟପିଲା ଅନୁଗୁଳ। ଦିଲ୍ଲୀରେ ବର୍ତ୍ତମାନ AQI ୩୨୯କୁ ଖସିଛି। ହେଲେ ଅନୁଗୁଳରେ ରହିଛି ୩୩୫। ସକାଳେ ଦିଲ୍ଲୀ ସହ ସମାନ ହୋଇଥିଲା ଅନୁଗୁଳର AQI । ଉଭୟ ସ୍ଥାନରେ ରହିଥିଲା 335। 332 AQI ସହିତ କଟକ ବି ଦିଲ୍ଲୀକୁ ଟପିଛି। ସକାଳେ 333 ସହ ଦିଲ୍ଲୀରେ AQI ପାଖାପାଖି ଥିଲା କଟକ। ଭୁବନେଶ୍ୱରରେ ଏହା 326 ସହ ଦିଲ୍ଲୀ ପାଖାପାଖି ରହିଛି। ଆଜି ସକାଳ ସମୟରେ ଭୁବନେଶ୍ୱର AQI 328 ସହ ବହୁତ ଖରାପ ରହିଥିଲା। ଏଥି ପାଇଁ ଅଧିକ ସମୟ ବାହାରେ ରହିଲେ ନିଶ୍ୱାସପ୍ରଶ୍ୱାସରେ ଅସୁଵିଧା ହେବ। ଦୁଇ ଦିନ ହେଲା କୁହୁଡି ହେଉଥିବାରୁ ରାଜ୍ୟର ବିଭିନ୍ନ ସହରରେ ଏପରି ବାୟୁର ମାନ ଖସିଥିବା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆକଳନ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking