ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆସନ୍ତାକାଲି ଅନୁଷ୍ଠିତ ହେବ। ଅଧିବେଶନ ପୂର୍ବରୁ, ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହେଲା ସର୍ବଦଳୀୟ ବୈଠକ । ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ,ଆଇନ ମନ୍ତ୍ରୀ, ସରକାରୀ ଦଳ ମୁଖ୍ୟ ସଚେତର ଉପସ୍ଥିତ ଅଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଉପସ୍ଥିତ ଅଛନ୍ତି । ।ଅଧିବେଶନର ସୁଗମ ଏବଂ ଶାନ୍ତିପୂର୍ଣ୍ଣ ପରିଚାଳନା ସୁନିଶ୍ଚିତ କରିବା ପାଇଁ ବିରୋଧୀ ଏବଂ ଶାସକ ଦଳ ମଧ୍ୟରେ ସହଯୋଗ ଲୋଡ଼ିବା ପାଇଁ ଏହି ସର୍ବଦଳୀୟ ବୈଠକର ଲକ୍ଷ୍ୟ ରଖାଯାଇଛି। ବିଧାନସଭାର ଶୀତକାଳୀନ ଅଧିବେଶନ ଡିସେମ୍ବର 27 ରୁ ଡିସେମ୍ବର 31 ପର୍ଯ୍ୟନ୍ତ ଚାଲିବ।ରାଷ୍ଟ୍ରପତି ଆସନ୍ତାକାଲି ଅପରାହ୍ନରେ ଓଡ଼ିଶା ବିଧାନସଭାକୁ ସମ୍ବୋଧିତ କରିବେ । ଏହା ପ୍ରଥମ ଥର ହେବ ଯେ ରାଷ୍ଟ୍ରପତି ଓଡ଼ିଶାବିଧାନସଭାରେ ଭାଷଣ ଦେବେ।ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।










