19.1 C
Bhubaneswar
Tuesday, February 3, 2026
Homeଓଡିଶା୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା

୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା

ନୂଆଦିଲ୍ଲୀ/ଭୁବନେଶ୍ଵର: ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ୍ ପରିସର ମଧ୍ୟରେ ଚଳିତ ନଭେମ୍ବର ୧୪ ରୁ ୨୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୫ ଅବସରରେ, ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ସ୍ଥାପିତ ସୂଦୃଶ ଓଡ଼ିଶା ପାଭିଲିୟନ୍ ରେ, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ ସହଯୋଗୀ ସଂସ୍ଥାମାନଙ୍କର ୨୬ ଟି ଷ୍ଟଲ୍ ସ୍ଥାନିତ ହୋଇଛି । ସେଥିମଧ୍ୟରୁ, ରାଜ୍ୟ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ବିଭାଗର ୪ଟି ଷ୍ଟଲ୍ ରହିଛି । ଏମ୍ଏସ୍ଏମ୍ଇ ବିଭାଗର ଏହି ୪ଟି ଷ୍ଟଲ୍ ରେ ବରଗଡ଼ ଜିଲ୍ଲାର ଗୌମୟ ପେଣ୍ଟସ୍, ଭୁବନେଶ୍ଵରର କ୍ରାଫ୍ଟ ଇଣ୍ଡିକା, ବ୍ରହ୍ମପୁରର ଇଲେଟ୍ କ୍ରଞ୍ଚିସ୍ ଏବଂ ରାଜ୍ୟ ସରକାରଙ୍କ ଅଧିନସ୍ଥ ରାଜ୍ୟ ତାଳଗୁଡ଼ ସମବାୟ ସଂଘ ଲିଃ. ସେମାନଙ୍କ ଦ୍ଵାରା ପ୍ରସ୍ତୁତ ସାମଗ୍ରୀ ସହିତ ଅଂଶଗ୍ରହଣ କରିଛନ୍ତି । ଗୋବରରୁ ପ୍ରସ୍ତୁତ ପରିବେଶ ଅନୁକୂଳ ବିଭିନ୍ନ ରଙ୍ଗ ଓ ପ୍ରକାରର ପେଣ୍ଟସ୍ କୁ ନେଇ ଓଡ଼ିଶା ପାଭିଲିୟନ୍ ରେ ଅଂଶଗ୍ରହଣ କରିଥିବା ବରଗଡ଼ ଜିଲ୍ଲାର ଗୌମୟ ପେଣ୍ଟସ୍ ତାଙ୍କର ସେହି ଅଭିନବ ଉପାୟ ପାଇଁ ଇତିମଧ୍ୟରେ ଅନେକ ପ୍ରଶଂସା ସାଉଁଣ୍ଟିବା ସଙ୍ଗେ ସଙ୍ଗେ ତ୍ରିପୁରାର ଶିଳ୍ପ ବିଭାଗ, ରୋହତକ ହରିୟାନାର ଅରିହନ୍ତ ପେଣ୍ଟସ୍, ନୂଆଦିଲ୍ଲୀର ଏ.ଏଲ୍.ଏମ୍. ଏଣ୍ଟରପ୍ରାଇଜେସ୍ ଓ ଆର୍.କେ.ଜି.ଡି. ଏଣ୍ଟରପ୍ରାଇଜେସ୍ ସମେତ ଅନ୍ୟ କେତେକ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷଙ୍କ ସହିତ ସଫଳ ବାଣିଜ୍ୟିକ ଆଲୋଚନା କରିଛନ୍ତି ।

ବିଗତ ବର୍ଷମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ, ଓଡିଶା ରାଜ୍ୟ ତାଳଗୁଡ ସମବାୟ ସଂଘ ଲିଃ. ତରଫରୁ ଉପଲବ୍ଧ ହେଉଥିବା ସ୍ୱାସ୍ଥ୍ୟ ଉପଯୋଗୀ ଖଜୁରୀଗୁଡ଼କୁ ଜନସାଧାରଣ ବହୁଳ ପରିମାଣରେ କ୍ରୟ କରୁଥିବା ବେଳେ, ତାଳପତ୍ରରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ମଧ୍ୟ କିଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଏହାର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି, ଚଳିତ ବର୍ଷ ନୂଆଦିଲ୍ଲୀର ହରମିତ ସିଂହଙ୍କ ସହିତ ଅଂଶଗ୍ରହଣକାରୀ ଷ୍ଟଲ୍ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ସେହିପରି, ବ୍ରହ୍ମପୁରର ଇଲେଟ୍ କ୍ରଞ୍ଚିସ୍ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ, ପାୱାର ଗ୍ରୀଡ଼ କର୍ପୋରେସନ, ନୂଆଦିଲ୍ଲୀର ଅଶୋକା ହୋଟେଲ ଓ ନଟ୍ ସେକ୍ ଆଦିଙ୍କ ଭଳି ବୃହତ ସଂସ୍ଥାମାନଙ୍କ ସହିତ ବ୍ୟବସାୟିକ ବାର୍ତ୍ତାଳାପ କରିଛନ୍ତି । ଯୁଗୋପଯୋଗୀ ଡିଜାଇନ୍ ବିଶିଷ୍ଟ ରୂପା ତାରକସି ଆଭୂଷଣ ସମ୍ଭାରକୁ ନେଇ ଅଂଶଗ୍ରହଣ କରିଥିବା ଭୁବନେଶ୍ଵରର କ୍ରାଫ୍ଟ ଇଣ୍ଡିକା ଷ୍ଟଲ୍ ସମସ୍ତ ବର୍ଗର ମହିଳାମାନଙ୍କ ପ୍ରିୟପାତ୍ର ହୋଇଛି ।ଏମ୍ଏସ୍ଏମ୍ଇ ବିଭାଗର ଉପରୋକ୍ତ ୪ଟି ଷ୍ଟଲ୍ ମଧ୍ୟରୁ ବରଗଡ଼ ଜିଲ୍ଲାର ଗୌମୟ ପେଣ୍ଟସ୍ କେବଳ ଉତ୍ପାଦ ପ୍ରଦର୍ଶନ ଭିତ୍ତିକ ହୋଇଥିବା ବେଳେ, ୨୪ ତାରିଖ ସୁଦ୍ଧା ଅନ୍ୟ ୩ଟି ଷ୍ଟଲ୍ ସର୍ବମୋଟ ୩ ଲକ୍ଷରୁ ଅଧିକ ଟଙ୍କାର ବ୍ୟବସାୟ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking