17.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶୟୁକ୍ରେନ ଉପରେ ରୁଷ୍‌ର ବଡ଼ ଆକ୍ରମଣ, ୩୩ ମୃତ

ୟୁକ୍ରେନ ଉପରେ ରୁଷ୍‌ର ବଡ଼ ଆକ୍ରମଣ, ୩୩ ମୃତ

ମସ୍କୋ: ୟୁକ୍ରେନ୍ ଉପରେ ରୁଷ୍ ବର୍ଷର ସବୁଠାରୁ ବଡ ଆକ୍ରମଣ କରିଛି। ରୁଷ୍‌ର ଏହି ଭୟଙ୍କର ଆକ୍ରମଣରେ ପ୍ରାୟ ୩୩ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ୬ ଶିଶୁ ଏବଂ କିଛି ମହିଳା ମଧ୍ୟ ସାମିଲ ଅଛନ୍ତି। ସେହିପରି ଶହେରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି ଏବଂ ଅନେକ କୋଠା, ସଡକ ଓ ଅନ୍ୟ ଭିତ୍ତିଭୂମିର ବ୍ୟାପକ କ୍ଷତି ଘଟିଥିବା ୟୁକ୍ରେନ୍ ପକ୍ଷରୁ ସୂଚନା ଦିଆଯାଇଛି। ବିସ୍ଫୋରଣରେ ଭୁଶୁଡି ପଡ଼ିଥିବା ବଡବଡ଼ ଅଟ୍ଟାଳିକାର ଭଗ୍ନାବଶେଷ ତଳେ ଅନେକ ଲୋକ ଦବି ରହିଥିବା ସନ୍ଦେହ କରାଯାଉଥିବା ବେଳେ ଉଦ୍ଧାର ତଥା ସର୍ଚ୍ଚ ଅପେରସନ୍‌କୁ ଜୋରଦାର କରାଯାଇଛି। ୟୁକ୍ରେନ୍ ପକ୍ଷରୁ ଦିଆଯାଇଥିବା ସୂଚନ।।ନୁସାରେ ରୁଷ୍ ସେନା ପକ୍ଷରୁ ପ୍ରାୟ ୧୦୦୦ ଡ୍ରୋନ, ୧୦୦୦ ଗ୍ଲାଇଡ୍ ବୋମା ଏବଂ ବିଭିନ୍ନ ପ୍ରକାରର ୬୦ଟି କ୍ଷେପଣାସ୍ତ୍ର ସହାୟତାରେ ୟୁକ୍ରେନର ଟେର୍ନୋପିଲ, ଡୋନେସ୍କ୍‌, ଡିନିପ୍ରୋ, ନିକୋପୋଲ୍ ଭଳି ସହର ଉପରେ ଆକ୍ରମଣ କରାଯାଇଥିଲା। ଅନ୍ୟପକ୍ଷେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡୋମିର ଜେଲେନ୍‌ସ୍କି ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳର ଫଟୋ ଓ ଭିଡିଓକୁ ନିଜର ଏକ୍ସ ଆକାଉଣ୍ଟରେ ଅପ୍‌ଲୋଡ କରିଛନ୍ତି। ଜେଲେନ୍‌ସ୍କି ଏହି ଅବସରରେ ଅନ୍ତର୍ଜାତୀୟ ବାୟୁ-ପ୍ରତିରକ୍ଷା ପ୍ରତିବଦ୍ଧତାକୁ ଦ୍ରୁତ ଭାବରେ କାର୍ଯ୍ୟକାରୀ କରିବାକୁ ଅନୁରୋଧ କରିଛନ୍ତି କାରଣ ୟୁକ୍ରେନ ଆମେରିକା ଏବଂ ୟୁରୋପୀୟ ଅଂଶୀଦାରମାନଙ୍କ ସହିତ ମିଳିତ ଭାବରେ ଋଷର ଆକ୍ରମଣ ବିରୁଦ୍ଧରେ ପ୍ରତିରକ୍ଷାକୁ ମଜବୁତ କରିବା ପାଇଁ କାମ କରୁଛି। ରୁଷ୍ ସେନା ୟୁକ୍ରେନ୍‌ର ଜନବସତି ଓ ସାଧାରଣ ଲୋକଙ୍କୁ ନିଶାଣ କରିଥିବାରୁ ଜେଲେନ୍‌ସ୍କି ଏହାର ତୀବ୍ର ନିନ୍ଦା କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking