21.1 C
Bhubaneswar
Tuesday, February 3, 2026
Homeଓଡିଶାଉତ୍କଳିକାର ନୂତନ ବିକ୍ରୟ କେନ୍ଦ୍ର “ଉତ୍କଳିକା ଆତିଥ୍ୟ” ଉଦଘାଟିତ

ଉତ୍କଳିକାର ନୂତନ ବିକ୍ରୟ କେନ୍ଦ୍ର “ଉତ୍କଳିକା ଆତିଥ୍ୟ” ଉଦଘାଟିତ

ଭୁବନେଶ୍ଵର: ଓଡ଼ିଶା ହସ୍ତଶିଳ୍ପ କାରିଗରମାନଙ୍କର ଆର୍ଥିକ ଉନ୍ନତି ତଥା ଓଡ଼ିଆ ହସ୍ତଶିଳ୍ପ ସାମଗ୍ରୀର ପ୍ରଚାର ପ୍ରସାର ଲକ୍ଷ୍ୟରେ ଭୁବନେଶ୍ଵର ଅନ୍ତର୍ଜାତୀୟ ବିଜୁ ପଟ୍ଟନାୟକ ବିମାନ ବନ୍ଦରଠାରେ ଉତ୍କଳିକାର ନୂତନ ବିକ୍ରୟ କେନ୍ଦ୍ର “ଉତ୍କଳିକା ଆତିଥ୍ୟ” ଉଦଘାଟିତ ହୋଇଯାଇଛି । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦିପ ବଳ ସାମନ୍ତ ଏହାର ଉଦଘାଟନ କରି କହିଛନ୍ତି, ଏହା ଦ୍ଵାରା ରାଜ୍ୟ ବାହାର ତଥା ଅନ୍ୟ ଦେଶର ପର୍ଯ୍ୟଟକମାନେ ଓଡ଼ିଶାର ପାରମ୍ପରିକ ଉତ୍କୃଷ୍ଟ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀର ସ୍ମାରକ ସେମାନଙ୍କ ଘରକୁ ନେଇପାରିବେ । ଫଳରେ ଆମ ବୁଣାକାର ଓ କାରିଗରଙ୍କ ଜୀବନ-ଜୀବିକା ସମୃଦ୍ଧ ହେବା ସହ ଓଡ଼ିଆ ହସ୍ତଶିଳ୍ପ ଅସ୍ମିତାର ଗରିମା ବୃଦ୍ଧି ହୋଇପାରିବ । “ଉତ୍କଳିକା ଆତିଥ୍ୟ” ଉତ୍କଳିକା ଦ୍ୱାରା ଆରମ୍ଭ କରାଯାଇଥିବା ଏକ ଅଭିନବ ପ୍ରୟାସ । ଆମ ହସ୍ତତନ୍ତ ଓ ହସ୍ତଶିଳ୍ପର ପ୍ରଦର୍ଶନ ସହ ଏବଂ ବିକ୍ରୟ ବୃଦ୍ଧିକୁ ଲକ୍ଷ୍ୟ ରଖି ଏହାର ଖୋଲାଯାଇଛି ବୋଲି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର କହିଛନ୍ତି । ଏହା ସହ ପାରମ୍ପରିକ କାରିଗରମାନଙ୍କର ବଜାର ପ୍ରବେଶ ସହ ହସ୍ତଶିଳ୍ପ କାରିଗରୀଙ୍କର ଉନ୍ନତି ହୋଇପାରିବ ସେ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଶାସନ ସଚିବ ଶ୍ରୀ ପ୍ରତାପ ଚନ୍ଦ୍ର ହୋତ, ହସ୍ତଶିଳ୍ପ ନିର୍ଦ୍ଦେଶିକା ନିବେଦିତା ପୃଷ୍ଟି, ଅର୍ଥ ପରାମର୍ଶ ଦାତା ତଥା ଅତିରିକ୍ତ ଶାସନ ସଚିବ ମଧୁସ୍ମିତା ବେହେରା, ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ, ବ୍ୟକ୍ତିଗତ ସଚିବ ପୀତାମ୍ବର ସାମଲ, ଉତ୍କଳିକା ସଭାପତି ଦେବସ୍ମିତା ସାହୁ, ଉପ-ସଭାପତି ପ୍ରଶାନ୍ତ କୁମାର ମହାପାତ୍ର, ଯୁଗ୍ମ ସଚିବ ତଥା ଉତ୍କଳିକାର ପରିଚାଳନା ନିର୍ଦ୍ଦେଶିକା ମମତା ନାୟକ, ଯୁଗ୍ମ ସଚିବ ତଥା ପରିଚାଳକ କଲ୍ୟାଣୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ, ଓଡ଼ିଆ ହସ୍ତଶିଳ୍ପ କାରିଗରମାନଙ୍କର ସାମଗ୍ରିକ ଉନ୍ନତି ନିମନ୍ତେ ରାଜ୍ୟ ଭିତରେ ୧୨ ଗୋଟି ଶାଖା ଥିବା ବେଳେ ରାଜ୍ୟ ବାହାରେ ୬ ଗୋଟି ଶାଖା ଖୋଲାଯାଇଛି । ଓଡ଼ିଶା ହସ୍ତଶିଳ୍ପ ଉଦ୍ୟୋଗର ବିକାଶ ତଥା ହସ୍ତଶିଳ୍ପ କାରିଗର ମାନଙ୍କ ଉତ୍ପାଦିତ ସାମଗ୍ରୀର ବିକ୍ରୟ ମାଧ୍ୟମରେ କାରିଗରମାନଙ୍କୁ କର୍ମ ସଂସ୍ଥାନ ଯୋଗାଇବା ଉଦ୍ଦେଶ୍ୟରେ କାରିଗରମାନଙ୍କ ପ୍ରତ୍ୟକ୍ଷ ସହଯୋଗରେ ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ. (ଉତ୍କଳିକା) ନାମକ ଶୀର୍ଷ ସମବାୟ ଅନୁଷ୍ଠାନ ୧୩.୦୫.୧୯୫୯ ମସିହାରେ ସ୍ଥାପନା ହୋଇଥିଲା । ଏହି ଶୀର୍ଷ ସମବାୟ ଅନୁଷ୍ଠାନରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମେତ ୧୧୬ ଗୋଟି ପ୍ରାଥମିକ ହସ୍ତଶିଳ୍ପ ସମବାୟ ସମିତି ସଦସ୍ୟ ଅଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking