ଭୁବନେଶ୍ୱର: ଅଙ୍ଗନୱାଡି କର୍ମୀ ଏବଂ ସହକର୍ମୀଙ୍କର ୧୧ ଦଫା ଦାବି ନେଇ ଭୁବନେଶ୍ୱର ଲୋୟର ପିଏମଜିରେ ବର୍ତ୍ତମାନ ଆନ୍ଦୋଳନ କରୁଛନ୍ତି । ମାସିକ ଦରମା ୧୮ ହଜାର ଏବଂ ସହକର୍ମୀଙ୍କର ୯ ହଜାର ଦେବାକୁ ଦାବି କରି ରାସ୍ତାକୁ ଓହ୍ଲାଇଛନ୍ତି ଅଙ୍ଗୱାଡି କର୍ମୀ । ନ୍ୟାସନାଲ ଏଜୁକେସନ ପଲିସି ଅନୁଯାୟୀ ଶିକ୍ଷୟତ୍ରୀ ଭାବେ ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି । ଅବସରପ୍ରାପ୍ତ ଅଙ୍ଗନୱାଡି କର୍ମଚାରୀଙ୍କୁ ଡିସ ଏଙ୍ଗେଜମେଣ୍ଟ ଶବ୍ଦରେ ଅବସର ଶବ୍ଦ ବ୍ୟବହାର କରିବା ପାଇଁ ଦାବି କରାଯାଇଛି । ମାସିକ ପେନସନ ୫ ହଜାର ସହକର୍ମୀଙ୍କୁ ୩ ହଜାର ଟଙ୍କା ପ୍ରଦାନ ଦାବିରେ ସେମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।










