17.1 C
Bhubaneswar
Wednesday, February 4, 2026
Homeଓଡିଶା୭୭ତମ ଏନ୍‌ସିସି ଦିବସ ମହାସମାରୋହରେ ପାଳିତ

୭୭ତମ ଏନ୍‌ସିସି ଦିବସ ମହାସମାରୋହରେ ପାଳିତ

ଯାଜପୁର: ରବିବାର ଯାଜପୁର ଜିଲ୍ଲାର ବ୍ଯାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟରେ ୭୭ ତମ ଏନ୍‌ସିସି ଦିବସ ପାଳିତ ହୋଇଯାଇଛି। ୧ ଓଡ଼ିଶା ବାଟାଲିୟନର ଏନ୍‌ସିସି ଅଫିସର କ୍ଯାପ୍ଟେନ୍ ପୂର୍ଣ ଚନ୍ଦ୍ର ସ୍ଵାଇଁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରଥମେ ସକାଳ ୯.୦୦ ଟା ସମୟରେ ଏକ ପ୍ରତିଯୋଗିତା ମୂଳକ ରଙ୍ଗାରଙ୍ଗ ପ୍ୟାରେଡ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶରତ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ପ୍ୟାରେଡ୍ ରେ ଅଭିବାଦନ ଗ୍ରହଣ କରିଥିଲେ। ସେ ତାଙ୍କର ଅଭିଭାଷଣରେ କ୍ୟାଡେଟ ମାନେ ଏ ଦେଶର ମେରୁଦଣ୍ଡ ଏବଂ ଦେଶର ଭବିଷ୍ୟତ ବୋଲି କହିଥିଲେ। ସମଗ୍ର ସମାଜ ଏନ୍‌ସିସି କ୍ୟାଡେଟ ମାନଙ୍କ ଠାରୁ ଏକତା ଓ ଶୃଙ୍ଖଳା ର ମନ୍ତ୍ର ଶିକ୍ଷା କରିବା ନିହାତି ଆବଶ୍ୟକ। ପ୍ୟାରେଡ୍ ପ୍ରତିଯୋଗିତାରେ ବିଚାରକ ଭାବେ ସମ୍ମାନିତ ଅତିଥି ଗ୍ଲୋରିୟସ ଇଂଲିଶ ମିଡିୟମ ସ୍କୁଲର ଅଧ୍ୟକ୍ଷ ଶ୍ରୀଯୁକ୍ତ ନିରଞ୍ଜନ ପାଣିଗ୍ରାହୀ ଓ ଜବାହର ନବୋଦୟ ବିଦ୍ୟାଳୟ, ପାଣିକୋଇଲି ର ଲାଇବ୍ରେରୀ ସାଇନ୍ସ ଶିକ୍ଷକ ଶ୍ରୀ ଯୁକ୍ତ ସୁଦର୍ଶନ ମିଶ୍ର ଦାୟିତ୍ୱ ନିର୍ବାହ କରିଥିଲେ। ଏଥିରେ ୧ ଓଡ଼ିଶା ବାଟାଲିୟନ, କଟକ ଚମ୍ପିୟାନ ହୋଇ ଅତିଥି ମାନଙ୍କ ଠାରୁ ଟ୍ରଫି ଗ୍ରହଣ କରିଥିଲା। ଗତବର୍ଷ ଏନ୍‌ସିସି ସି ସାର୍ଟିଫିକେଟ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଥିବା ୭ ଓଡ଼ିଶା ବାଟାଲିୟନର ଏସୟୁଓ ସନ୍ଧ୍ୟାରାଣୀ ତିରିଆଙ୍କୁ ଏବଂ ବେଷ୍ଟ ଭଲ୍ଯୁଣ୍ଟର ଭାବେ ୧ ଓଡ଼ିଶା ବାଟାଲିୟନର ଏସୟୁଓ ବିଶ୍ୱନାଥ ଦଳାଇଙ୍କୁ ଟ୍ରଫି ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କ୍ୟାଡେଟ ମାନେ ନୃତ୍ୟ ଗୀତ ପରିବେଷଣ କରି ଦର୍ଶକ ମାନଙ୍କ ର ମନୋରଞ୍ଜନ କରିଥିଲେ। ପ୍ରକାଶ ଥାଉକି ଏନ୍‌ସିସି ଦିବସ ଉପଲକ୍ଷେ କ୍ୟାଡେଟ ମାନେ ଦୀର୍ଘ ୫ ଦିନ ଧରି ରକ୍ତ ଦାନ, ବୃକ୍ଷରୋପଣ,ସଫେଇ ଓ ସଚେତନତା ରାଲି କରି ସମାଜକୁ ନୂଆ ଦିଗ୍ ଦର୍ଶନ ଦେଇଛନ୍ତି। ଆଜି ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମ ର ଶେଷରେ ୭ ଓଡ଼ିଶା ବାଟାଲିୟନର ସିଟିଓ ଡଃ ଶଶିକାନ୍ତ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ। ମହାବିଦ୍ୟାଳୟର ୩ ଟି ବାଟାଲିୟନର ୧୫୦ କ୍ୟାଡେଟ ଅଂଶଗ୍ରହଣ କରି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking