ଭୁବନେଶ୍ୱର: ଭୁବନେଶ୍ୱର ପାର୍କ ନିକଟରେ ଅଭାବନୀୟ ଘଟଣା। ପ୍ରେମିକାର ତଣ୍ଟି କାଟିଦେଲା ପ୍ରେମିକ।ଗଳା କାଟି ଦେବା ପରେ ସେ ଗୁରୁତର ଆହତ ହୋଇଛି ପ୍ରେମିକ।। ଅଭିଯୁକ୍ତଙ୍କ ନାମ ନାଟି ଗୁରୁମ୍। ପ୍ରେମିକା ଓ ପ୍ରେମିକ ଉଭୟଙ୍କ ଘର ଦାର୍ଜିଲିଂରେ ବୋଲି ଜଣାପଡିଛି। ପ୍ରାଥମିକ ସୂଚନା ଅନୁଯାୟୀ, ମହିଳା ଜଣକ ବୁଢା ପାର୍କ ନିକଟରେ ଗତ କିଛି ମାସ ଧରି ଏକ ଛୋଟ ମୋମୋ ଷ୍ଟଲ୍ ଚଳାଉଥିଲେ। ସକାଳେ ଚନ୍ଦ୍ରଶେଖରପୁର ଥାନା ଅଧୀନରେ ଥିବା ବୁଦ୍ଧ ପାର୍କକୁ ଯାଇଥିବା ବେଳେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ମହିଳାଙ୍କ ଅନ୍ୟ ପୁରୁଷଙ୍କ ସହିତ ପ୍ରେମ ସମ୍ପର୍କ ଥିବା ସନ୍ଦେହ କରି ସେ ତାଙ୍କ ସହ ଯୁକ୍ତିତର୍କ କରିଥିଲେ। ରାଗରେ ଅଭିଯୁକ୍ତ ଜଣକ ଏକ ଧାରୁଆ ଅସ୍ତ୍ର ବାହାର କରି ମହିଳାଙ୍କ ଗଳା କାଟି ଦେଇଥିବା ଅଭିଯୋଗ ହୋଇଛି। ଆକ୍ରମଣ ପରେ ରାସ୍ତା ଦେଇ ଯାଉଥିବା ଲୋକମାନେ ତୁରନ୍ତ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନେଇଯାଇଥିଲେ, ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି। ଏହା ପରେ ସେମାନେ ପୋଲିସକୁ ଖବର ଦେଇଥିଲେ। ଚନ୍ଦ୍ରଶେଖରପୁର ପୋଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।










