31.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶତେଲେଙ୍ଗାନା: ଆତ୍ମସମର୍ପଣ କଲେ ୩୭ ନକ୍ସଲ

ତେଲେଙ୍ଗାନା: ଆତ୍ମସମର୍ପଣ କଲେ ୩୭ ନକ୍ସଲ

ହାଇଦ୍ରାବାଦ୍‌: ଶନିବାର ତେଲେଙ୍ଗାନାରେ ୩ କମାଣ୍ଡରସ୍ତରୀୟ ମାଓନେତା (କମାଣ୍ଡର, ଜୋନାଲ୍ ମୁଖ୍ୟ)ଙ୍କ ସମେତ ପ୍ରାୟ ୩୭ଜଣ ନକ୍ସଲ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି। ଏମାନେ ସମସ୍ତେ ତେଲେଙ୍ଗାନା ପୁଲିସ୍ ମହାନିର୍ଦ୍ଦେଶକ ବି ଶିବଧର ରେଡ୍ଡୀଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ôଚ ଅସ୍ତ୍ର ପରିତ୍ୟାଗ ପୂର୍ବ ସମର୍ପଣ କରିଛନ୍ତି। ଆତ୍ମସମର୍ପଣକାରୀ ନକ୍ସଲଙ୍କ ମଧ୍ୟରେ ୩ ଜଣ ଷ୍ଟେଟ୍ କମିଟିର ସଦସ୍ୟ ଥିବାବେଳେ ୨୫ରୁ ଅଧିକ ମହିଳା କ୍ୟାଡର ଥିବା ଜଣାପଡ଼ିଛି। ଏମାନଙ୍କ ପାଖରୁ ଗୋଟିଏ ଏକେ-୪୭, ୨ଟି ଏସ୍‌ଏଲ୍‌ଆର୍‌, ୨ଟି ୩୦୩ ରାଇଫଲ, ୧ଟି ଜି୩ ରାଇଫଲ୍ ସହ ୩୪୩ ରାଉଣ୍ଡ ଅଫୁଟା ଗୁଳି ଓ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଆତ୍ମସମର୍ପଣକାରୀ ନକ୍ସଲଙ୍କ ନାଁରେ ମୋଟ୍ ୧୪ ଲକ୍ଷର ପୁରସ୍କାର ଘୋଷଣା କରାଯାଇଥିବା ସୂଚନା ମିଳିଛି। ତେଲେଙ୍ଗାନା ପୁଲିସ୍ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ଆତ୍ମସମର୍ପଣ କରିଥିବା ପ୍ରମୁଖ ବ୍ୟକ୍ତିଙ୍କ ମଧ୍ୟରେ କୋୟଦା ସାମ୍ବୈୟା ଓରଫ ଆଜାଦ୍ (୪୯) ଏବଂ ଆପ୍‌ସି ନାରାୟଣ ଓରଫ ରମେଶ ସାମିଲ ଅଛନ୍ତି। ଏହି ଦୁଇଜଣ ସିପିଆଇ (ମାଓବାଦୀ)ର ତେଲେଙ୍ଗାନା ରାଜ୍ୟ କମିଟିର ସଦସ୍ୟ ଥିଲେ। ସେହିପରି ମୁଚାକି ସୋମାଦା ଓରଫ ଏରା, ଯିଏକି ଦଣ୍ଡକାରଣ୍ୟ ସ୍ୱତନ୍ତ୍ର ଜୋନାଲ କମିଟିର ଅଂଶ ଥିଲେ ସେ ମଧ୍ୟ ଏମାନଙ୍କ ସହ ସାମିଲ ଅଛି। ଆଜାଦ୍ ଗତ ୩୦ ବର୍ଷରୁ ଅଧିକ ସମୟ ଧରି ମାଓବାଦ କାର୍ଯ୍ୟକଳାପରେ ସକ୍ରିୟ ରହିଆସିଥିଲା।

କେନ୍ଦ୍ର ସରକାରଙ୍କ ନକ୍ସଲ ମୁକ୍ତ ଅଭିଯାନ ଏବେ ଦ୍ରୁତଗତିରେ ସଫଳ ହେବା ଦିଗରେ ଆଗକୁ ବଢ଼ୁଛି। ନିକଟ ଅତୀତରେ ହିଡିମା ସମେତ ଅନେକ ଶୀର୍ଷସ୍ତରୀୟ ମାଓ କମାଣ୍ଡରମାନେ ସୁରକ୍ଷା କର୍ମୀଙ୍କ ଗୁଳିରେ ପ୍ରାଣ ହରାଇଥିବା ବେଳେ ଜୀବିତ ଥିବା ମାଓବାଦୀମାନେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି। ଅତୀତରେ ଅନେକ ସୁରକ୍ଷାକର୍ମୀ ତଥା ସାଧାରଣ ଲୋକଙ୍କ ଜୀବନ ନେଇଥିବା ଏହି ମାଓବାଦୀମାନେ ଏବେ ନିଜ ଜୀବନକୁ ବଞ୍ଚାଇବା ଉଦ୍ଦେଶ୍ୟରେ ଆତ୍ମସମର୍ପଣ କରିବାକୁ ବାଧ୍ୟ ହେଉଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏମାନଙ୍କୁ ଚରମବାଣୀ ଶୁଣାଯିବା ପରେ ମାଓବାଦୀମାନେ ଏବେ ଅସ୍ତ୍ରଶସ୍ତ୍ର ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆଗଭର ହେଉଛନ୍ତି। ତେବେ ଚଳିତ ବର୍ଷ ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟାରେ ଗଣ ଆତ୍ମସମର୍ପଣ, ନିଷିଦ୍ଧ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ) ଉପରେ ବଢ଼ୁଥିବା ଚାପକୁ ଦର୍ଶାଉଛି, ଯାହା ରାଜ୍ୟର ଗୁଇନ୍ଦା ନେତୃତ୍ୱାଧୀନ ଅପରେସନ୍ ଏବଂ ପୁନର୍ବାସ ନୀତି ପାଇଁ ଏକ ରଣନୈତିକ ବିଜୟ। ଏହା ସତ୍ତ୍ୱେ ତେଲେଙ୍ଗାନାରୁ ଏବେ ଆଉ ୬୪ଜଣ ମାଓବାଦୀ ଅଛନ୍ତି, ଯେଉଁମାନେ କି ଏପର୍ଯ୍ୟନ୍ତ ସେମାନଙ୍କର ଅସ୍ତ୍ର ତ୍ୟାଗ କରିନାହାଁନ୍ତି। ସେମାନଙ୍କ ମଧ୍ୟରୁ ୯ଜଣ ରାଜ୍ୟରେ ସକ୍ରିୟ ଥିବା ବିଶ୍ୱାସ କରାଯାଉଥିବା ଡିଜିପି ଶ୍ରୀ ରେଡ୍ଡୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking