ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ଗ୍ରେଟର ନୋଏଜାରୁ ଏକ ଦୁଃଖଦ ଘଟଣା । ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ଯୁବତୀ ଏକ ଉଚ୍ଚ କୋଠାର ୧୬ ମହଲାରୁ ଡେଇଁ ଆତ୍ମହତ୍ୟା କରିଛି । ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ମୃତ ଯୁବତୀ ଜଣକ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ସେ ନୋଏଡା ଜିଲ୍ଲା ସ୍ଥିତ ଗୌତମ ବୁଦ୍ଧ ନଗର ଅଞ୍ଚଳର ସୁରଜପିର ଥାନା ଅଞ୍ଚଳରେ ଥିବା ମିଗସନ ଟ୍ୱିନ୍ସ ସୋସାଇଟିରେ ତାଙ୍କ ବନ୍ଧୁମାନଙ୍କ ସହିତ ଏକ ଫ୍ଲାଟରେ ରହୁଥିଲେ । ଘଟଣା ପରେ ପୋଲିସକୁ ସୂଚନା ଦେଇଥିଲେ ସ୍ଥାନୀୟ ବାସିନ୍ଦା । ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କେଉଁ କାରଣରୁ ଯୁବତୀ ଜଣକ ଆତ୍ମହତ୍ୟା କଲେ ସେନେଇ ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ମହିଳା ଜଣକ ମାନସିକ ଅବସାଦ ଯୋଗୁଁ ଏହି ପଦକ୍ଷେପ ନେଇଥାଇ ପାରନ୍ତି । ଏହି ମାମଲାରେ ପୋଲିସ ଏକ ଏଫଆଇଆର ରୁଜୁ କରି ସମସ୍ତ ଦିଗରୁ ତଦନ୍ତ ଆରମ୍ଭ କରିଛି ।










