16.1 C
Bhubaneswar
Saturday, December 6, 2025
Homeଓଡିଶାଚନ୍ଦକାରେ ମାକେନା ହାତୀ ମୃତ

ଚନ୍ଦକାରେ ମାକେନା ହାତୀ ମୃତ

ପୁରୀ: ଚନ୍ଦକା ଜଙ୍ଗଲରେ ଶୁକ୍ରବାର ରାତିରେ ମାଇକେନା ହାତୀର ମୃତ୍ୟୁ ଘଟିଛି । ହାତୀଟି ଅସୁସ୍ଥ ହୋଇ ତଳେ କଚାଡି ହୋଇ ପଡିଯାଇଥିଲା । ୯ ଜଣିଆ ଡାକ୍ତର ଟିମ ଅକ୍ଲାନ୍ତ  ପରିଶ୍ରମ କରିବା ପରେ ବି ହାତୀଟିକୁ ବଞ୍ଚାଯାଇ ପାରି ନାହିଁ ।  ତେବେ ହାତୀଟି କେଉଁ ରୋଗରେ ଆକ୍ରାନ୍ତ ହୋଇଥିଲା । ତାହା ସ୍ପଷ୍ଟ ହୋଇନଥିବା ବେଳେ ମାରାତ୍ମକ  ହରପିସ ରୋଗରେ ଆକ୍ରାନ୍ତ ହୋଇ ତାର ମୃତ୍ୟୁ ଘଟିଥିବା ବନ ବିଭାଗ ପ୍ରାଥମିକ  ଜଣାପଡିଛି । ଚନ୍ଦକା ଡିଏଫଓଙ୍କ କହିବା ଅନୁଯାୟୀ, ହାତୀଟିର ବୟସ  ୨୦ରୁ ୨୨ ବର୍ଷ ହେବ ଦୁଇ ଦିନ ଧରି ହାତୀଟି ମୌଜା ବରବାଡି ଜଙ୍ଗଲରେ ବୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ ।  ପରେ ଚନ୍ଦକା ବନ ବିଭାଗକୁ ଖବର ଦେଇଥିଲେ ।  ଏହା ପରେ ନନ୍ଦନକାନନରୁ ୫ ଜଣିଆ ଟିମ  ଓ ଓୟୁଏଟିର ୪ ଜଣିଆ ଡାକ୍ତରୀ ଟିମ  ସେଠାରେ ପହଞ୍ଚି ହାତୀଟିକୁ  ଚିକିତ୍ସା କରିଥିଲେ । ତଥାପି ହାତୀର ଜୀବନ ବଞ୍ଚି  ପାରିନାହିଁ । ସେପଟେ  ମୃତ ହାତୀର ବ୍ୟବଚ୍ଚେଦ ପ୍ରକ୍ରିୟା ଆରମ୍ଭ ହୋଇଛି ।  ପୁରା ପୋଷ୍ଟମର୍ଟମର ଭିଡିଓଗ୍ରାଫି କରାଯାଉଛି । ହାତୀଟିର  ରକ୍ତ ନମୁମା ସଂଗ୍ରହ କରାଯାଇ ପରୀକ୍ଷା ପାଇ ପଠାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking