30.1 C
Bhubaneswar
Tuesday, February 3, 2026
Homeଓଡିଶା‘ଲୀଳାବତୀସ ଡଟର୍ସ’ର ଓଡ଼ିଆ ଇ-ଭର୍ସନ ଉନ୍ମୋଚିତ

‘ଲୀଳାବତୀସ ଡଟର୍ସ’ର ଓଡ଼ିଆ ଇ-ଭର୍ସନ ଉନ୍ମୋଚିତ

ଭୁବନେଶ୍ୱର: ସ୍ୱର୍ଗତ ପ୍ରଫେସର ରୋହିଣୀ ଗଡ଼ବୋଲେ ଓ ପ୍ରଫେସର ରାମ ରାମସ୍ୱାମୀଙ୍କ ଦ୍ୱାରା ଅନୁଦିତ ପୁସ୍ତକ ‘ଲିଳାବତୀସ ଡଟର୍ସ: ଦ ୱିମେନ୍ ସାଇଂଟିଷ୍ଟସ ଅଫ୍ ଇଣ୍ଡିଆ’ର ଓଡ଼ିଆ ଓ କନ୍ନଡ଼ ଭାଷାରେ ଇ-ଭର୍ସନ୍ ନିକଟରେ ତିରୁପତି ଠାରେ ଅନୁଷ୍ଠିତ ଇଣ୍ଡିଆନ ଏକାଡେମୀ ଅଫ୍ ସାଇନ୍ସ, ବେଙ୍ଗାଲୁରୁର ୯୧ତମ ବାର୍ଷିକ ଅଧିବେଶନରେ ଉନ୍ମୋଚିତ ହୋଇଯାଇଛି। ଏହି ପୁସ୍ତକ ପ୍ରଥମେ ଇଂରାଜୀ ଭାଷାରେ ଇଣ୍ଡିଆନ୍ ଏକାଡେମୀ ଅଫ୍ ସାଇନ୍ସ ଦ୍ୱାରା ୨୦୦୮ ମସିହାରେ ପ୍ରକାଶିତ ହୋଇଥିଲା। ପରବର୍ତୀ କାଳରେ ମାଲାୟଲାମ ଭାଷାରେ ଏହା ପ୍ରକାଶ ପାଇଥିଲା। ଓଡ଼ିଆ ଓ କନ୍ନଡ ଭାଷାରେ ପୁସ୍ତକର ଇ-ଭର୍ସନ୍‌କୁ ବେଙ୍ଗାଲୁରୁ ସ୍ଥିତ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସର ପ୍ରଫେସର ରାଘବନ ଭର୍ଦରାଜନ ଉନ୍ମୋଚନ କରିଥିଲେ। ଓଡ଼ିଆ ଭାଷାରେ ‘ଲୀଳାବତୀଙ୍କ ଶତେକ କନ୍ୟା’ ନାମକ ଏହି ପୁସ୍ତକକୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ନଚିକେତା କେ. ଶର୍ମା ଓ ଡକ୍ଟର ଦୀପକ କେ. ପଟ୍ଟନାୟକ ଅନୁବାଦ କରିଛନ୍ତି। ତିରୁପତି ସ୍ଥିତ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅପ୍ ସାଇନ୍ସ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଜର) ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ପ୍ରଫେସର ଶର୍ମାଙ୍କୁ ପ୍ରଫେସର ଭର୍ଦରାଜନ ସମ୍ବର୍ଦ୍ଧିତ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking