24.1 C
Bhubaneswar
Wednesday, February 4, 2026
Homeଓଡିଶାମାଟ୍ରିକ୍ ଫର୍ମପୂରଣ ଅବଧି ୨୮ ଯାଏ ବୃଦ୍ଧି

ମାଟ୍ରିକ୍ ଫର୍ମପୂରଣ ଅବଧି ୨୮ ଯାଏ ବୃଦ୍ଧି

କଟକ: ୨୦୨୬ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ (ରେଗୁଲାର ଓ ଏକ୍ସରେଗୁଲାର) ପରୀକ୍ଷା ପାଇଁ ଫର୍ମ ପୂରଣ ଅବଧି ନଭେମ୍ବର ୨୮ ତାରିଖ ଯାଏ ବୃଦ୍ଧି କରାଯାଇଛି। ଅନୁରୂପ ଭାବେ ଅନ୍‌ଲାଇନରେ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ଅଫଲାଇନ୍‌ରେ ମଧ୍ୟମା ପରୀକ୍ଷା ନିମନ୍ତେ ଫର୍ମ ପୂରଣର ଅବଧିକୁ ମଧ୍ୟ ନଭେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ରାଜ୍ୟର ବିଭିନ୍ନ ହାଇସ୍କୁଲ୍ ପକ୍ଷରୁ କରାଯାଇଥିବା ଅନୁରୋଧକୁ ରକ୍ଷା କରି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଅବଧି ବଢ଼ାଯାଇଥିବା ଗୁରୁବାର ପ୍ରକାଶିତ ବିଜ୍ଞପ୍ତିରେ ଦର୍ଶାଯାଇଛି। ତେବେ ଆଉ ଫର୍ମ ପୂରଣ ଅବଧି ବଢ଼ାଯିବ ନାହିଁ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ସୂଚନାନୁସାରେ, ଗତ ନଭେମ୍ବର ୮ ତାରିଖରୁ ବୋର୍ଡର ୱେବସାଇଟ୍ ଙ୍ଗଙ୍ଗଙ୍ଗ.ଭଗ୍ଦରକ୍ଟୟସଗ୍ଦଷବ.ବମ.ସଦ୍ଭରେ ପ୍ରଦତ୍ତ ଲିଙ୍କ୍ ମାଧ୍ୟମରେ ୨୪ ଘଣ୍ଟିଆ ଅନ୍‌ଲାଇନ ଫର୍ମପୂରଣ କରାଯାଉଛି। ୨୨ ତାରିଖ ରାତି ୧୧.୪୫ ମିନିଟ ପର୍ଯ୍ୟନ୍ତ ଏହି ଫର୍ମ ପୂରଣର ଅନ୍ତିମ ଅବଧି ରହିଥିଲା। ଏଥିସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ନିମନ୍ତେ ମଧ୍ୟ ଫର୍ମ ପୂରଣ ଚାଲିଛି। ମାତ୍ର ମଧ୍ୟମା ପରୀକ୍ଷା ପାଇଁ ଫର୍ମ ପୂରଣ ଅଫଲାଇନ ମାଧ୍ୟମରେ ନଭେମ୍ବର ୧୨ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରାଯାଇଥିଲା। ସଂସ୍କୃତ ଟୋଲ୍‌ର ହେଡ୍ ପଣ୍ଡିତମାନେ ଫର୍ମ ପୂରଣ କରି ବୋର୍ଡର ଶାଖା କାର୍ଯ୍ୟାଳୟରେ ଦାଖଲ କରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking