21.1 C
Bhubaneswar
Thursday, February 5, 2026
Homeଓଡିଶାଚିପ୍‌ସ ପ୍ୟାକେଟ୍ ଖେଳଣା ଗିଳି ଶିଶୁ ମୃତ

ଚିପ୍‌ସ ପ୍ୟାକେଟ୍ ଖେଳଣା ଗିଳି ଶିଶୁ ମୃତ

ଦାରିଙ୍ଗବାଡ଼ି,କନ୍ଧମାଳ: ଚିପ୍‌ସ ପ୍ୟାକେଟରେ ଥିବା ଏକ ଛୋଟ ଖେଳଣାକୁ ଗିଳିଦେବାରୁ ଏକ ଶିଶୁ ପୁତ୍ରର ମୃତ୍ୟୁ ହୋଇଛି। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସିକରମାହା ଗ୍ରାମ ନିକଟସ୍ଥ ମୁସିମାହାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ଶିଶୁ ପୁତ୍ର ଜଣକ ଗ୍ରାମର ରଞ୍ଜିତ ପ୍ରଧାନଙ୍କ ୪ବର୍ଷର ପୁଅ ବିଗିଲ ପ୍ରଧାନ ବୋଲି ଜଣାଯାଇଛି। ବିଗିଲ ସବୁଦିନ ଭଳି ଗତକାଲି ମଧ୍ୟ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇଥିଲା। ଛୁଟି ହେବା ପରେ ବାପା ରଞ୍ଜିତ ପ୍ରଧାନ ତାଙ୍କୁ ସେଠାରୁ ଆଣି ନିଜ ମକା କ୍ଷେତକୁ ନେଇଯାଇଥିଲେ। ସେଠାରେ ପୁଅକୁ ଚିପ୍‌ସ ପ୍ୟାକେଟ୍‌ଟିଏ ଧରାଇ ଦେଇ ରଞ୍ଜିତ ନିଜ କାମରେ ଲାଗିପଡ଼ିଥିଲେ। ବିଗିଲ ଚିପ୍‌ସ ଖାଇ ସାରିବା ପରେ ସେହି ପ୍ୟାକେଟ୍‌ରେ ଥିବା ଏକ ଛୋଟ ଖେଳଣା (ପ୍ଲାଷ୍ଟିକ ବନ୍ଧୁକ)କୁ ଧରି ଖେଳୁ ଥିଲା। ତେବେ ଖେଳିବା ବେଳେ ଭୁଲବଶତଃ ବିଗିଲ ପ୍ଲାଷ୍ଟିକ୍ ବନ୍ଧୁକଟିକୁ ଗିଳି ଦେଇଥିଲା। ଖେଳଣାଟି ତା’ ତଣ୍ଟିରେ ଅଟକି ଯାଇଥିଲା। ଫଳରେ ସେ ଅଣନିଃଶ୍ୱାସୀ ହୋଇ ଚେତାଶୂନ୍ୟ ହୋଇପଡ଼ିଥିଲା।

ଏହା ସହିତ ନାକରୁ ରକ୍ତସ୍ରାବ ହୋଇଥିଲା। ରଞ୍ଜିତ ଓ ତାଙ୍କ ପତ୍ନୀ ଖେଳଣାଟିକୁ ବାହାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ପରେ ସେମାନେ ବିଗିଲକୁ ଦାରିଙ୍ଗବାଡ଼ି ଡାକ୍ତରଖାନାକୁ ନେଇଯାଇଥିଲେ। ଡାକ୍ତରଖାନାରେ ତାକୁ ମୃତ ଘୋଷଣା କରାଯାଇଥିଲା।ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଯାକେଶ ସାମନ୍ତରାୟ କହିଛନ୍ତି ଯେ ପିଲାଟିର ବାପାଙ୍କ ସୂଚନା ଅନୁଯାୟୀ, ଚିପ୍‌ସ ଖାଇବା ବେଳେ ଭୁଲବଶତଃ ପ୍ୟାକେଟ୍‌ରେ ଥିବା ଛୋଟ ଖେଳଣାଟିକୁ ସେ ଗିଳି ଦେଇଥିଲା। ତା’ ବାପାମା’ ଖେଳଣାଟିକୁ ବାହାର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ବିଫଳ ହେବା ପରେ ଦିନ ପ୍ରାୟ ୨ଟା ବେଳେ ସେମାନେ ଛୁଆଟିକୁ ଡାକ୍ତରଖାନା ଆଣିଥିଲେ। ସେତେବେଳକୁ ଛୁଆଟିର ମୃତ୍ୟୁ ହୋଇସାରିଥିଲା। ପିଲାଟି ଖେଳଣାଟିକୁ ଗିଳିଦେବା ପରେ ତାହା ଯାଇ ତା’ ଶ୍ୱାସନଳୀରେ ଅଟକି ଯାଇଥିଲା। ଫଳରେ ସେ ନିଃଶ୍ୱାସ ନେଇ ପାରିନଥିଲା। ତେଣୁ ତା’ର ମୃତ୍ୟୁ ଘଟିଥିଲା। ତେବେ ଦାରିଙ୍ଗବାଡ଼ିରେ ଏହା ଦ୍ୱିତୀୟ ଘଟଣା ଯେଉଁଥିରେ ଦୁଇ ଦୁଇ ଜଣ ଛାତ୍ରଙ୍କ ନିରୀହ ଜୀବନ ଚାଲିଯାଇଛି। ଏହା ପୂର୍ବରୁ ଗତ ଅକ୍ଟୋବର ମାସ ୧୫ ତାରିଖରେ ଫୁଲବାଣୀ ଆଦର୍ଶ ବିଦ୍ୟାଳୟରେ ପଢ଼ୁଥିବା ଦାରିଙ୍ଗବାଡ଼ିର ୧୦ ଶ୍ରେଣୀ ଛାତ୍ର ତୁଷାର ମିଶ୍ର ବିଦ୍ୟାଳୟ ନୋଟିସ ବୋର୍ଡରେ ଲାଗିଥିବା ପିନ୍‌ଟିକୁ ଅସାବଧାନତା କାରଣରୁ ଗିଳି ଦେଇଥିବା ଯୋଗୁଁ ଗୁରୁତର ହୋଇ ଗତ ଅକ୍ଟୋବର ମାସ ୨୬ ତାରିଖରେ ମୃତ୍ୟବରଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking