ଭୁବନେଶ୍ୱର: ୨୦୨୭ ଜନଗଣନା ପରେ ରାଜ୍ୟରେ ବଢିବ ତଦସିଲ୍ ସଂଖ୍ୟା । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସୂଚନା ଦେଇ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ବଡ ତହସିଲ୍କୁ ବିଭାଜିତ କରି ଛୋଟ ତଦସିଲ୍ ହେବ । ପ୍ରଥମ ପର୍ଯ୍ୟାୟରେ ଦୁଇଟି ପଞ୍ଚାୟତ ପାଇଁ ଗୋଟିଏ ଆରଆଇ ସର୍କଲ କରାଯିବ । ପରେ ସବୁ ପଞ୍ଚାୟତରେ ଆରଆଇ ସର୍କଲ କରାଯିବ । ୨୦୨୭ ଜନଗଣନା ଏଥର ପେପର୍ ନୁହେଁ ମୋବାଇଲ ଆପ୍ରେ ହେବ। ସର୍ବଭାରତୀୟ ସ୍ତରରେ ୩୪ ଲକ୍ଷ ଶିକ୍ଷକ କରିବେ ଜନଗଣନା ।










