18.1 C
Bhubaneswar
Sunday, February 8, 2026
Homeଓଡିଶା୧୦ ଅଭିଯୁକ୍ତଙ୍କ ବିରୋଧରେ ଏନ୍‌ଆଇଏ ଚାର୍ଜସିଟ୍‌

୧୦ ଅଭିଯୁକ୍ତଙ୍କ ବିରୋଧରେ ଏନ୍‌ଆଇଏ ଚାର୍ଜସିଟ୍‌

ଭୁବନେଶ୍ବର: ବାଂଲାଦେଶୀ ନାବାଳିକାକୁ ଓଡ଼ିଶା ଚାଲାର ମାମଲାରେ ଜାତୀୟ ତଦନ୍ତ ସଂସ୍ଥା (ଏନ୍‌ଆଇଏ) ୧୦ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଛି। ଏନ୍‌ଆଇଏ ଭୁବନେଶ୍ବରସ୍ଥିତ ଏକ କୋର୍ଟରେ ଏହି ଚାର୍ଜସିଟ୍‌ ଦାଖଲ କରିଛି। ଅଭିଯୁକ୍ତମାନେ ବାଂଲାଦେଶୀ ନାବାଳିକାଙ୍କୁ ଚାକିରି ପ୍ରଲୋଭନ ଦେଖାଇଥିଲେ।ସୂଚନା ଅନୁସାରେ ଅଭିଯୁକ୍ତମାନେ ପରିବାର ଲୋକଙ୍କୁ ଆର୍ଥିକ ଲୋଭ ଦେଖାଇ ତଥା ଓଡ଼ିଶାରେ ଚାକିରି ପ୍ରଲୋଭନ ଦେଖାଇ ନାବାଳିକାକୁ ଆଣିଥିଲେ। ତଦନ୍ତ ସମୟରେ ଏନ୍‌ଆଇଏ ମାନବ ଚାଲାଣ ରାକେଟ୍‌ ସଂପର୍କରେ ଅନେକ ତଥ୍ୟ ହାସଲ କରିଛି। ଓଡ଼ିଶା ପୁଲିସ ଆରମ୍ଭରୁ ପୋକ୍ସୋ କୋର୍ଟରେ ୬ ଜଣ ଅଭିଯୁକ୍ତଙ୍କ ବିରୋଧରେ ୨ଟି ଚାର୍ଜସିଟ୍‌ ଦାଖଲ କରିଥିଲା।  ପ୍ରମାଣ ହସ୍ତଗତ ହେଲା ପରେ ଏନ୍‌ଆଇଏ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଦୁଇ ଜଣଙ୍କୁ ଗିରଫ କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking