21.1 C
Bhubaneswar
Thursday, February 5, 2026
Homeଓଡିଶାଘରୋଇ ମେସରେ ଜୀବନ ହାରିଲେ କଲେଜ ଛାତ୍ର

ଘରୋଇ ମେସରେ ଜୀବନ ହାରିଲେ କଲେଜ ଛାତ୍ର

ଜଗତସିଂହପୁର: ଜଗତସିଂହପୁର ନବକୃଷ୍ଣ ଚୌଧୁରୀ ଷ୍ଟାଡିଅମ ନିକଟରେ ଏକ ଘରୋଇ ମେସରେ ଜଣେ କଲେଜ ଛାତ୍ରଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି | ମୃତ  ଛାତ୍ର ହେଲେ ଜଗତସିଂହପୁର ଥାନା ଉଗାଳପୁର ଅଞ୍ଚଳର ଓମ୍ ପ୍ରକାଶ ଆଚାର୍ଯ୍ୟ | ସେ ଏସଭିଏମ୍ ସ୍ବୟୃଶାସିତ କଲେଜରେ ଯୁକ୍ତ ୩ ତୃତୀୟ ବର୍ଷ ଇତିହାସ ସମ୍ମାନରେ ପଢୁଥିଲେ।ଗତକାଲି ଓମ୍ ପ୍ରକାଶ ଉକ୍ତ ଘରୋଇ ମେସରେ ରହୁଥିବା ତାଙ୍କ ସାଙ୍ଗଙ୍କ ପାଖକୁ ଆସିଥିଲେ। ରାତିରେ ଗୋଟିଏ ରୁମରେ ଏକୁଟିଆ ରହିଥିଲେ। ଆଜି ସକାଳୁ ଜଣେ ସାଙ୍ଗ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ଏହା ଏକ ଆତ୍ମହତ୍ଯା ବୋଲି ପୁଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି। ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି |

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking