22.1 C
Bhubaneswar
Friday, February 6, 2026
Homeଓଡିଶାହତ୍ୟାକାଣ୍ଡ ମାମଲା: ପରିବାରର ୫ଜଣଙ୍କୁ ଆଜୀବନ କାରାଦଣ୍ଡ

ହତ୍ୟାକାଣ୍ଡ ମାମଲା: ପରିବାରର ୫ଜଣଙ୍କୁ ଆଜୀବନ କାରାଦଣ୍ଡ

ରାୟଗଡା: ରାୟଗଡା ସହରର ବୁଦୁରାବାଲସା ସାହିରେ ୨୦୧୫ ମସିହାରେ ହୋଇଥିବା ବହୁ ଚର୍ଚ୍ଚିତ  ହତ୍ୟାକାଣ୍ଡ ଘଟଣାରେ  ୫ ଜଣ ଅଭିଯୁକ୍ତଙ୍କୁ ରାୟଗଡା ଜିଲ୍ଲା ଦୌରାଜଜ ସତ୍ୟନାରାୟଣ ଷଡଙ୍ଗୀ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଜରିମାନା  ଅନାଦେୟ ହେଲେ ଅତିରିକ୍ତ ୧ବର୍ଷ ଜେଲରେ ରହିବାକୁ ପଡିବ ବୋଲି ରାୟରେ ଉଲ୍ଲେଖ ରହିଛି।  ୨୦୧୫ ମସିହାରେ ରାୟଗଡା ସହରର ବୁଦୁରାବଲାସା ନିକଟସ୍ଥ  ମଝିଘରିଆଣୀ ମଣ୍ଡପ  ନିକଟରେ ରହୁଥିବା  ଭାରତୀୟ  ଖାଦ୍ୟ ନିଗମରେ  ଖଲାସି ରୂପେ କାର୍ଯ୍ୟ  କରୁଥିବା କେ. ଆପଲା ନାରାୟଣଙ୍କୁ  ସାହିରେ  ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରିଥିଲେ। ପୂର୍ବ ଶତ୍ରତାକୁ ନେଇ  ଏହି ହତ୍ୟାକାଣ୍ଡ ହୋଇଥିଲା।  ଆଜୀବନ କାରାଦଣ୍ଡାଦେଶ ପାଇଥିବା ଅଭିଯୁକ୍ତମାନେ ଗୋଟିଏ ପରିବାରର। ଏହି ମାମଲାରେ ସରକାରୀ ଓକିଲ  ବିକ୍ରମ ନାରାୟଣ କୁଣ୍ଡୁ  ମକଦ୍ଦମା ପରିଚାଳନା କରୁଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking