17.1 C
Bhubaneswar
Sunday, December 7, 2025
Homeଓଡିଶାଜିଲ୍ଲାପାଳ ବାଲିଯାତ୍ରାର ହିସାବ ଦିଅନ୍ତୁ: ମେୟର

ଜିଲ୍ଲାପାଳ ବାଲିଯାତ୍ରାର ହିସାବ ଦିଅନ୍ତୁ: ମେୟର

କଟକ: ଜିଲ୍ଲାପାଳଙ୍କୁ ବାଲିଯାତ୍ରା ଖର୍ଚ୍ଚର ହିସାବ ମାଗିଲେ କଟକ ମେୟର । ବାଲିଯାତ୍ରା ବିବାଦକୁ ନେଇ ପୁଣି ବର୍ଷିଲେ ମେୟର ସୁବାସ ସିଂ । କହିଲେ ଜିଲ୍ଲାପାଳ ଜାଣିଶୁଣି ତାଙ୍କ ପସନ୍ଦର କମ୍ପାନୀକୁ ଟେଣ୍ଡର ଦେଇଛନ୍ତି । ଗତ ଦୁଇ ବର୍ଷରେ ବାଲିଯାତ୍ରାରେ ମହାଘୋଟାଲା ହୋଇଛି । ଏହା ପୂର୍ବରୁ ନିକଟରେ ସୁବାସ ସିଂ କ୍ଷୋଭ ପ୍ରକାଶ କରି କହିଥିଲେ ଯେ ଚଳିତ ବର୍ଷ ବାଲିଯାତ୍ରାରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛନ୍ତି ଜିଲ୍ଲା ପ୍ରଶାସନ । ସିଏମ୍‌ସିକୁ କୌଣସି ବାବଦରେ ଅବଗତ କରାଇନାହାନ୍ତି । ଉଦଘାଟନୀ ଦିନ ସିଏମ୍‌ସି କମିଶନରଙ୍କୁ ଷ୍ଟେଜ୍‌କୁ ଡାକିଲେନି । ବାଲିଯାତ୍ରା ଉଦ୍‌ଯାପନୀ ସନ୍ଧ୍ୟାରେ ରାଜ୍ୟପାଳ ଆସିଥିଲେ । ହେଲେ ମେୟରଙ୍କୁ ଡକାଗଲାନାହିଁ କି ନିମନ୍ତ୍ରଣ ପତ୍ରରେ ନାଁ ରହିଲା ନାହିଁ ।

ଜିଲ୍ଲାପାଳ ଅଂହକାର ଓ ଏକଚାଟିଆ ମନୋବୃତ୍ତିରେ ବାଲିଯାତ୍ରା କରିଛନ୍ତି । ଲୋକ ପ୍ରତିନିଧିଙ୍କୁ ମଧ୍ୟ ଅସମ୍ମାନ କରିଛନ୍ତି ଜିଲ୍ଲାପାଳ । ଏନେଇ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରିବୁ । କାହିଁକି ଏପରି ହେଲା ତର୍ଜମା କରିବା ଆବଶ୍ୟକ ରହିଛି ।ସୂଚନାଯୋଗ୍ୟ, ନଭେମ୍ବର ୫ରୁ ନଭେମ୍ବର ୧୩ ଯାଏଁ ଐତିହାସିକ ବାଲିଯାତ୍ରା ଅନୁଷ୍ଠିତ ହୋଇଥିଲା । ପୂର୍ବରୁ ନଭେମ୍ବର ୧୨ ତାରିଖରେ ଶେଷ ହେବାର ଥିଲା । ଲୋକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି କଟକ ବାଲିଯାତ୍ରାକୁ ୨ ଦିନ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ କଟକ ମେୟର ସୁବାସ ସିଂ । ତେବେ ୨ ଦିନ ବଦଳରେ ଗୋଟିଏ ଦିନ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମତି ଦେଇଥିଲେ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking