ଭୁବନେଶ୍ୱର: ସାଲିଆ ସାହିରେ ବୁଲିଲା ବୁଲ ଡୋଜର । ଚାଲିଛି ଉଚ୍ଛେଦ ପ୍ରକ୍ରିୟା ଏବଂ ଏହାକୁ ବିରୋଧ କରିଛନ୍ତି ସାଲିଆ ସାହି ବାସିନ୍ଦା । ଉତ୍ତେଜନା ମୂଳକ ପରିସ୍ଥିତି ସେଠାରେ ଉପୁଜିଛି । ବିଏମସି ଏବଂ ବିଡିଏ ପକ୍ଷରୁ ମିଳିତ ଭାବରେ ସାଲିଆ ସାହିରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଏକାମ୍ର କାନନରୁ ଅନ୍ଧାରୁଆ ୧୩ କିଲୋମିଟର ପର୍ଯ୍ୟନ୍ତ ଲେଫ୍ଟ ପାରାଲାଲ ରାସ୍ତା ପାଇଁ ଏହି ଉଚ୍ଛେଦ ଚାଲିଛି । ପୂର୍ବରୁ ମଧ୍ୟ ଉଚ୍ଛେଦ କରିଥିଲା ବିଡିଏ ଏବଂ ବିଏମସି । ଆଜିଠାରୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବାକିଥିବା ପ୍ରାୟ ୫୧୭ ଘର ଉଚ୍ଛେଦ କରାଯିବ । ଉଚ୍ଛେଦରେ ବିଏମସି ବିଡିଏ ବିଦ୍ୟୁତ ବିଭାଗ ସହ ୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।










