15.1 C
Bhubaneswar
Saturday, December 6, 2025
Homeଓଡିଶାପାଣିରେ ବୁଡ଼ି ଦୁଇ ଶିଶୁ ମୃତ

ପାଣିରେ ବୁଡ଼ି ଦୁଇ ଶିଶୁ ମୃତ

ତିହିଡ଼ି: ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ପୀରହାଟ ଥାନା ସାହାପୁର ପଞ୍ଚାୟତ ଅଧୀନ ଶିଶୀପୁର ଗ୍ରାମରେ ଖେଳୁଥିବା ବେଳେ ପାଣିରେ ବୁଡ଼ି ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ମୃତକ ମାନେ ହେଲେ ବୁଲୁ ବାରିକଙ୍କର ପୁଅ ଅନନ୍ତ ବାରିକ (୩) ଓ ଭଣଜା ହିମାଂଶୁୁ ସାହୁ (୪)। ଉକ୍ତ ଗ୍ରାମରେ ଲକ୍ଷ୍ମୀପୂଜା ଥିବାରୁ ବୁଲୁଙ୍କ ଭଉଣୀ ନିଜ ପୁଅ ହିମାଂଶୁକୁ ସାଙ୍ଗରେ ନେଇ ବାପଘରକୁ ଆସିଥିଲେ। ପୂଜା ପାଇଁ ପରିବାର ଲୋକେ କାମରେ ବ୍ୟସ୍ତ ଥିବା ବେଳେ ହିମାଂଶୁ ଓ ଅନନ୍ତ ଦୁହେଁ ଆଜି ଅପରାହ୍ଣରେ ସାଙ୍ଗ ହୋଇ ଖେଳୁଥିଲେ। ପିଲାମାନେ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ହେଁ ପାଇନଥିଲେ। ପରେ ଘର ପାଖରେ ଥିବା ଏକ ଛୋଟ ପୋଖରୀରୁ ଦୁଇ ଶିଶୁଙ୍କୁ ଉଦ୍ଧାର କରି ପ୍ରଥମେ ତିହିଡ଼ି ଡାକ୍ତରଖାନା ଓ ପରେ ଭଦ୍ରକ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking